ଭୁବନେଶ୍ବର: ରାଜ୍ୟରେ ଶୀତ କମିଛି। କିନ୍ତୁ ଅନେକାଂଶରେ କୁହୁଡ଼ି ଦେଖିବାକୁ ମିଳିଛି। ଉପକୂଳ ଓ ପଶ୍ଚିମ ଓଡ଼ିଶାର ବିଭିନ୍ନ ଅଞ୍ଚଳର ରାତି ତାପମାତ୍ରା ସ୍ବାଭାବିକକୁ ଫେରିଥିବା ବେଳେ ଆଭ୍ୟନ୍ତର ଓ ଦକ୍ଷିଣ ଓଡ଼ିଶାର କିିଛି କିଛି ସ୍ଥାନରେ ଶୀତ ଏବେ ବି ଅନୁଭୂତ ହେଉଛି। ରାଜ୍ୟର ସର୍ବନିମ୍ନ ତାପମାତ୍ରା ଘୁ. ଉଦୟଗିରିଠାରେ ୯ ଡିଗ୍ରି ରେକର୍ଡ ହୋଇଥିବା ବେଳେ ସେମିଳିଗୁଡ଼ାରେ ୧୦.୬ ଡିଗ୍ରି ରହିଥିଲା। ଅବଶିଷ୍ଟ ଓଡ଼ିଶାର ରାତି ତାପମାତ୍ରା ୧୧.୫ ଡିଗ୍ରି ଉପରକୁ ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ସର୍ବନିମ୍ନ ତାପମାତ୍ରାରେ ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ଦେଖାଯାଇପାରେ।

Advertisment

CM attend in Gopalpur Mahoschav: ଗୋପାଳପୁର ବେଳାଭୂମି ମହୋତ୍ସବର ଉଦ୍‌ଯାପନୀ ସନ୍ଧ୍ୟାରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

ଏହାପରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ପାଣିପାଗ କେନ୍ଦ୍ରର ସୂଚନା ମୁତାବକ, ଆଜି ସକାଳୁ ଜଗତସିଂହପୁରଗଞ୍ଜାମ ଆଦି ଜିଲ୍ଲାରେ ଘନ କୁହୁଡ଼ି ଦେଖାଯାଇଥିବା ବେଳେ କେନ୍ଦ୍ରାପଡ଼ା, ଖୋର୍ଧା, ଗଞ୍ଜାମ ଓ କଳାହାଣ୍ଡି ଆଦି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦେଖାଯାଇଥିଲା। ଆସନ୍ତାକାଲି ଖୋର୍ଧା, କଟକ ଓ କେନ୍ଦ୍ରାପଡ଼ାରେ ଘନ କୁହୁଡ଼ି ଦେଖାଯାଇପାରେ। ଏଥି ସହ ଜଗତସିଂହପୁର, ଗଜପତି, ଗଞ୍ଜାମ ଆଦି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦେଖାଯାଇପାରେ। ଆସନ୍ତା ୩ ତାରିଖ ଯାଏ ରାଜ୍ୟରେ ଏହିଭଳି ଘନ କୁହୁଡ଼ି ଦେଖାଯାଇପାରେ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆସନ୍ତାକାଲି ରାଜଧାନୀ ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳରେ ମଧ୍ୟମ ଧରଣର କୁହୁଡ଼ି ଦେଖାଯାଇପାରେ। ସର୍ବୋଚ୍ଚ ଦିନ ତାପମାତ୍ରା ୩୦ ଡିଗ୍ରି ଓ ସର୍ବନିମ୍ନ ରାତି ତାପମାତ୍ରା ୧୭ ଡିଗ୍ରି ମଧ୍ୟରେ ରହିବ।

Paddy: ଚାଷୀଙ୍କ ଜିଦ୍ ମଣ୍ଡିରେ ଧାନ କ୍ରୟ କରାଯାଉ