ଭୁବନେଶ୍ବର : ଆଜି ସକାଳୁ ରାଜଧାନୀ ଭୁବନେଶ୍ବର ସମେତ ରାଜ୍ୟର କେତେକ ଅଞ୍ଚଳରେ ଘନ କୁହୁଡ଼ି ଦେଖିବାକୁ ମିଳିଥିଲା । ଆକାଶରୁ ମେଘ ଅପସରି ଯାଇଥିବାରୁ ଆଗାମୀ କିଛି ଦିନ ମଧ୍ୟ କୁହୁଡ଼ି ଦେଖାଯାଇପାରେ ବୋଲି ଆଲୋଚନା ହେଉଛି । ଭୁବନେଶ୍ବର ସମେତ ଖୋର୍ଦ୍ଧା, କଟକ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ ଆଜି ଜିଲ୍ଲାରେ ଘନକୁହୁଡ଼ି ଦେଖିବାକୁ ମିଳିଥିଲା । କୁହୁଡ଼ିର ଆସ୍ତରଣ ଏତେ ଗହଳ ଥିଲା ଯେ କିଛି ମିଟର ଆଗକୁ ଦେଖାଯାଉନଥିଲା । ଏହା ଫଳରେ ଯାନବାହାନ ଚଳାଚଳ ପ୍ରଭାବିତ ହୋଇଥିଲା । ତେବେ କୁହୁଡ଼ିଯୋଗୁଁ ଭୁବନେଶ୍ବର ସ୍ଥିତ ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ବିମାନ ଚଳାଚଳ ପ୍ରଭାବିତ ହୋଇଥିବା ସମ୍ପର୍କରେ କୌଣସି ତଥ୍ୟ ହସ୍ତଗତ ହୋଇପାରିନାହିଁ ।
/sambad/media/post_attachments/wp-content/uploads/2020/11/WhatsApp-Image-2020-11-18-at-07.58.42-1.jpeg)
ଅନ୍ୟପକ୍ଷରେ ଆଗକୁ ଆଉ ବିଶେଷ ବର୍ଷାର ସମ୍ଭାବନା ନଥିବାରୁ ଆଗକୁ ଶୀତ ବଢିବାର ସମ୍ଭାବନା ରହିଛି । ଆଗାମୀ କିଛି ଦିନ ପାଇଁ ରାଜ୍ୟର ପାଣିପାଗ ମୁଖ୍ୟତଃ ଖରାଟିଆ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତେବେ ୨୧ ତାରିଖ ବେଳକୁ କେତେକ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/WhatsApp-Image-2020-11-18-at-07.58.42.jpeg)