ଘୁ.ଉଦୟଗିରି : ଶୀତ ଋତୁ ଆରମ୍ଭ ହେବା ପୂର୍ବରୁ ସ୍ଥାନୀୟ ଅଞ୍ଚଳରେ ପ୍ରବଳ କୁହୁଡି ଆରମ୍ଭ ହୋଇଯାଇଛି। ସାରା ଅଞ୍ଚଳ ଏକ ପ୍ରକାର କୁହୁଡ଼ିମୟ ହୋଇଯାଇଛି। ରାସ୍ତାରେ ଯାନବାହାନ ଚଳାଚଳରେ ବ୍ୟାଘାତ ସୃଷ୍ଟି ହୋଇଥିବା ବେଳେ ଯାତାୟାତ ବେଳେ ମୁହଁକୁମୁହଁ ଦେଖାଯାଉନି। ରାତିରୁ କୁହୁଡି ଆରମ୍ଭ ହୋଇଯାଉଛି। ସକାଳ ୮ଟା ପର୍ଯ୍ୟନ୍ତ କୁହୁଡି ଲାଗିରହୁଥିବା ବେଳେ ୮ଟା ପରେ ସୂର୍ଯ୍ୟଙ୍କ ଦର୍ଶନ ମିଳୁଛି। କୁହୁଡି ଯୋଗୁଁ ରାସ୍ତାରେ ସକାଳ ଭ୍ରମଣରେ ଗଲେ ମୁଣ୍ଡ ପୂରା ଭିଜିଯାଉଥିବା ଦେଖିବାକୁ ମିଳିଛି। ରାସ୍ତାରେ ଗାଡ଼ିମଟର ଯାତାୟାତ କଲାବେଳେ ହେଡ ଲାଇଟ ଲଗାଇ ଯାତାୟାତ କରୁଛନ୍ତି।