ମହାବାତ୍ୟା ‘ଫୋନି’ ସଂପର୍କୀତ ସଦ୍ୟତମ ସୂଚନା ,ଏବେ ଚେନ୍ନାଇଠାରୁ ୭୦୦ କିଲୋମିଟର ଦୂରରେ ଘନୀଭୂତ ହେଉଛି

ଭୁବନେଶ୍ବର : ମହାବାତ୍ୟା ‘ଫୋନି’ ନେଇ ଏବେ ପାଣିପାଗ ବିଭାଗ ବିଶେଷଜ୍ଞ ପୂର୍ବାନୁମାନ ଲଗାଇଛନ୍ତି।  ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଥିବା ସଦ୍ୟତମ ସୂଚନା ଅନୁଯାୟୀ ଏହା ଏବେ ଚେନ୍ନାଇଠାରୁ ୭୦୦ କିଲୋମିଟର ଦୂରରେ ଘନୀଭୂତ ହେଉଛି। ଆସନ୍ତାକାଲି ଫୋନି ଉତ୍ତରପଶ୍ଚିମ ଦିଗକୁ ମୁହାଁଇବ । ତାପରେ ଏହା ଓଡ଼ିଶା ଉପକୂଳକୁ ଛୁଇଁବ ବୋଲି କୁହାଯାଇଛି।

ବାତ୍ୟାର ଗତି ପୁରୀ, ଭୁବନେଶ୍ବର, ଜଗତ୍ସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ଯାଜପୁର, ବାରିପଦା ଓ କଲିକତା ଆଡ଼କୁ ରହିବ। ପୁରୀରେ ପହଞ୍ଚିଲା ବେଳକୁ ‘ଫୋନି’ର ବେଗ ଘଣ୍ଟା ପ୍ରତି ପାଖାପାଖି ୧୩ କିମି ରହିଥିବ। ସ୍ଥଳ ଭାବେ ଛୁଇଁଲା ପରେ ଏହାର ବେଗ ଘଣ୍ଟା ପ୍ରତି ୧୮ କିମି ପର୍ଯ୍ୟନ୍ତ ବଢିପାରେ। କିନ୍ତୁ ଉତ୍ତର ପଶ୍ଚିମରେ ସବୁଠାରୁ କମ୍ ପ୍ରକୋପ ଥିବା ବେଳେ ଦକ୍ଷିଣ ପୂର୍ବରେ ସବୁଠାରୁ ଅଧିକ ରହିବ। ତେଣୁ ପୁରୀରୁ ବାରିପଦାକୁ ସଂଯୋଗ କରୁଥିବା ସରଳ ରେଖାର ପଶ୍ଚିମରେ ଆସୁଥିବା ଜିଲ୍ଲାଗୁଡ଼ିକରେ ପ୍ରଭାବ ଅପେକ୍ଷାକୃତ କମ୍ ପଡ଼ିବ ବୋଲି ବି କୁହାଯାଉଛି।

ସମ୍ବନ୍ଧିତ ଖବର