ଖାଦ୍ୟ ଅପମିଶ୍ରଣ: ଫାଷ୍ଟଫୁଡ୍‌ ଦୋକାନରେ ଚଢ଼ଉ

ବରୀ : ବରୀ ତିନିମୁହାଁଣି ଶନିମେଳାରେ ଖୋଲିଥିବା ଏକ ଫାଷ୍ଟଫୁଡ୍ ଦୋକାନ ଉପରେ ବରୀ ପୁଲିସ ଚଢ଼ଉ କରିଛି। ଫାଷ୍ଟଫୁଡ୍ ଖାଦ୍ୟରେ ବ୍ୟବହାର କରାଯାଉଥିବା ଜବତ ଚିଲି ସସ୍, ଟମାଟୋ ସସ୍ ଓ ସୋୟା ସସ୍ ଗୁଡ଼ିକ ଏକ୍ସପାରି ହୋଇଯାଇଥିଲା। ବ୍ୟବହାର କରାଯିବାର ଧର୍ଯ୍ୟତାରିଖ ଶେଷ ହେବାର ଦୁଇ ମାସ ବିତିଯାଇଥିଲେ ମଧ୍ୟ ସଂପୃକ୍ତ ଦୋକାନୀ ଉକ୍ତ ସସ୍ ଗୁଡ଼ିକୁ ଚାଉମିନରେ ପକାଇ ବିକ୍ରି କରୁଥିବା ଜଣାପଡ଼ିଛି। ସଂପୃକ୍ତ ଦୋକାନରୁ ପାଖାପାଖି ୮ଟି ସସ୍ ବୋତଲ ପୁଲିସ ଜବତ କରିବା ସହିତ ସଂପୃକ୍ତ ଦୋକାନୀଙ୍କ ନାମ ଠିକଣା ନେଇ ଛାଡ଼ି ଦେଇଛି।

ପ୍ରକାଶ ଯେ, ଆଜି ଫାଷ୍ଟଫୁଡ୍ ଦୋକାନରେ ଅପମିଶ୍ରିତ ଖାଦ୍ୟ ଶୀର୍ଷକ ଏକ ଖବର ସମ୍ବାଦରେ ପ୍ରକାଶ ପାଇଥିଲା। ଫଳରେ ଆଜି ପୂର୍ବାହ୍ଣରେ ଶନିମେଳାରେ ପଡ଼ିଥିବା ଏହି ଫାଷ୍ଟଫୁଡ୍ ଦୋକାନ ଉପରେ ବରୀ ପୁଲିସ ଚଢ଼ଉ କରିଥିଲା। ଫାଷ୍ଟଫୁଡ୍‌ ଦୋକାନ ଗୁଡ଼ିକରେ ଏକ୍ସପାରି ସସ୍ ବ୍ୟବହାର ସମ୍ପର୍କରେ ସୂଚନା ପାଇ ବରୀ ଥାନା ଅଧିକାରୀ ମନୋଜ ସ୍ବାଇଁ ତୁରନ୍ତ ପୁଲିସ କର୍ମଚାରୀଙ୍କୁ ପଠାଇ ଏହାର ଯାଞ୍ଚ କରିଥିଲେ। ଫଳରେ ସମ୍ପୃକ୍ତ ଦୋକାନରୁ ୮ରୁ ଅଧିକ ଏକ୍ସପାରି ସସ୍ ଜବତ କରାଯାଇଥିଲା।

ସମ୍ବନ୍ଧିତ ଖବର