ବର୍ଷା ଦିନ ପାଇଁ ଲୁଚାଇ ରଖିଥିବା ଖାଦ୍ୟ ଓ ଅନ୍ୟ ସାମଗ୍ରୀକୁ ଜବତ କଲେ ଯବାନ

ମାଲକାନଗିରି: ବର୍ଷା ଦିନ ଆସିଲେ ନକ୍ସଲ କୌଣସି ଏକ ଗାଁ କିମ୍ବା ଘଂଚ ଜଂଗଲରେ କ୍ୟାମ୍ପ କରି ରହନ୍ତି। ତେବେ ବର୍ଷା ଦିନେ ଚଳିବା ପାଇଁ ନକ୍ସଲ ଗ୍ରାମବାସୀଙ୍କ ଠାରୁ ଖାଦ୍ୟ ଯୋଗାଡ କରିଥାନ୍ତି। ନକ୍ସଲ ଲୁଚାଇ ରଖିଥିବା ଖାଦ୍ୟ ଓ ଅନ୍ୟ ସାମଗ୍ରୀକୁ ଡିଆରଜି ଏବଂ ସିଆରପିଏଫ ଯବାନ ସର୍ଚ୍ଚ ଅପରେସନ ବେଳେ ଜଂଗଲରୁ ଏକ ଡମ୍ପ ଉଦ୍ଧାର କରିବା ପରେ ଜଣାପଡିଛି।

ଗତ ପାଞ୍ଚ ଦିନ ତଳେ ଧମତରୀ ଜିଲ୍ଲାର ଡିଆରଜି ଏବଂ ସିଆରପିଏଫ ଯବାନ ଜଂଗଲରେ କୁମ୍ବିଂ କରୁଥିଲେ। ଆଜି ସକାଳେ ଧମତରୀ ଏବଂ ଦନ୍ତେୱାଡା ସୀମାନ୍ତ ଜଂଗଲରେ ଯବାନ ଏକ ଡମ୍ପ ଦେଖିଥିଲେ। ଏକ ବଡ଼ ଗାତ ଖୋଳି ନକ୍ସଲ ସେଠାରେ ନିଜର ଦୈନନ୍ଦିନ ଏବଂ ବିସ୍ଫୋରକ ଲୁଚାଇ ରଖିବା ପରେ ତା ଉପରେ ଡାଳ ପତ୍ର ଘୋଡାଇ ଦେଇଥାନ୍ତି। ତେବେ ଯବାନ ଡମ୍ପରୁ ବହୁ ଖାଦ୍ୟଦ୍ରବ୍ୟ ସହ ମାଓ ସାମଗ୍ରୀ ଜବତ କରିଛି। ଏହି ଡମ୍ପରୁ ଚାଉଳ, ଡାଲି, ଚିନି, ଚାପତି, ତେଲ,ଲୁଣ, ଦୈନନ୍ଦିନ ଅନ୍ୟ ସାମଗ୍ରୀ, ଗାମୁଛା, ପୋଷାକ, ସିଲାଜିତ ଭଳି ଜିନିଷ ଜବତ କରାଯାଇଛି।ଏସବୁ ଜିନିଷକୁ ନକ୍ସଲ ବର୍ଷା ଦିନେ ବ୍ୟବହାର କରିଥାନ୍ତେ।

ସମ୍ବନ୍ଧିତ ଖବର