ପୂର୍ବତନ ଯୋଗାଣ ଉପନିର୍ଦେଶକଙ୍କ ଦେହାନ୍ତ

ବ୍ରହ୍ମପୁର : ରାଜ୍ୟ ଖାଦ୍ୟ ଓ ଯୋଗାଣ ବିଭାଗର ପୂର୍ବତନ ଉପ ନିର୍ଦ୍ଦେଶକ କାଳୀଚରଣ ଦାଶ(୮୭)ଙ୍କ ଗତ ଶନିବାର ସହିଦ୍‌ନଗର ସ୍ଥିତ ବାସଭବନରେ ଦେହାନ୍ତ ହୋଇଯାଇଛି। ସେ ବାଣପୁରର ମୂଳ ବାସିନ୍ଦା ହୋଇଥିବା ବେଳେ ରେଭେନ୍ସା କଲେଜରୁ ବିଏସସି ଉତ୍ତୀର୍ଣ୍ଣ ହେବା ପରେ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଆଦର୍ଶରେ ଅନୁପ୍ରାଣିତ ‌ହୋଇ ପ୍ରଥମେ ‌ସେ ବାଣପୁର ସ୍ଥିତ ଗୋଦାବରୀଶ ବିଦ୍ୟାପୀଠରେ ଶିକ୍ଷକତା କରିଥିଲେ। ପରେ ଖାଦ୍ୟ ଓ ଯୋଗାଣ ବିଭାଗରେ ଯୋଗ ଦେଇଥିଲେ। ତାଙ୍କ ମୃତ୍ୟୁ ଖବର ପାଇ ଶେଷ ଦର୍ଶନ ପାଇଁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପହଁଚି ପରିବାରବର୍ଗଙ୍କୁ ସାନ୍ତ୍ବନା ଦେଇଥିଲେ। ପୁରୀ ସ୍ବର୍ଗଦ୍ବାରରେ ତାଙ୍କ ଅନ୍ତିମ ସତ୍କାର ହୋଇଥିଲା। ବଡ଼ପୁଅ ନୀଳମାଧବ ଦାଶ ମୁଖାଗ୍ନି ଦେଇଥିଲେ।

ସମ୍ବନ୍ଧିତ ଖବର