ବିଏମ୍‌ସିର ଚଢ଼ଉ: କୋଭିଡ୍ ଗାଇଡଲାଇନ୍‌ ଉଲଂଘନ ଅଭିଯୋଗରେ ଏସ୍‌ପ୍ଲାନେଡ୍‌ ୱାନ’ର ଫୁଡ୍ କୋର୍ଟ ସିଲ୍

ଭୁବନେଶ୍ବର: ରାମ ମନ୍ଦିର ଖାଓ ଗଲି ପରେ ‘ଏସପ୍ଲାନେଡ ୱାନ’ର ଫୁଡ୍ କୋର୍ଟକୁ ସିଲ୍ କରିଛି ବିଏମସି। ଫୁଡ୍ କୋର୍ଟ ମଧ୍ୟରେ ଲୋକେ କରୋନା ନିୟମ ମାନୁଥିବା ଦେଖିବାକୁ ମିଳିଥିଲା। ଏଣୁ ଏହାକୁ ସିଲ୍ କରାଯାଇଛି ବୋଲି ବିଏମ୍‌ସି ଅତିରିକ୍ତ କମିସନର ଲକ୍ଷ୍ମୀକାନ୍ତ ସେଠି କହିଛନ୍ତି। ରାମ ମନ୍ଦିର ଖାଓ ଗଲି ସହ ‘ଏସପ୍ଲାନେଡ ୱାନ’ର ଫୁଡ୍ କୋର୍ଟକୁ ଜାନୁଆରି ୨ ପର୍ଯ୍ୟନ୍ତ ସିଲ୍ କରାଯାଇଛି । ସମସ୍ତଙ୍କୁ ମାସ୍କ ପିନ୍ଧିବା ସହ ସମସ୍ତ କୋଭିଡ୍ ଗାଇଡଲାଇନ ପାଳନ କରିବାକୁ ଡିସିପି ସିକ୍ୟୁରିଟି ନିର୍ମଳ ଶତପଥୀ କହିଛନ୍ତି ।

ସେହିପରି କୋଭିଡ କଟକଣାର ଖୁଲମଖୁଲା ଉଲ୍ଲଂଘନ ହେଇଥିବା ଅଭିଯୋଗରେ କମିସନରେଟ ପୁଲିସ ଓ ବିଏମ୍‌ସିର ମିଳିତ ଚଢଉ କରାଯାଇଥିଲା। କୋଭିଡ୍ ଗାଇଡ ଲାଇନ ଉଲଂଘନ ଅଭିଯୋଗରେ ସିଲ୍ ହେଲା ରାଜଧାନୀର ବିଭିନ୍ନ ମାର୍କେଟ ଓ ଦୋକାନ।। ରାମ ମନ୍ଦିର ପାଖ ଜଳଖିଆ ଦୋକାନ, ଖାଓ ଗଳି, ଏସ୍‌ପ୍ଲାନେଡ୍‌ ମଲର ଫୁଡ୍ କୋର୍ଟ, ଏୟାରପୋର୍ଟ ରୋଡ ଖାଓ ମାର୍କେଟ, ଗୋପବନ୍ଧୁ ଛକ ପାଖ ଖାଓ ମାର୍କେଟ ଏହା ସହିତ ନର୍ଥ ଜୋନର ପତିଆ ସ୍ଥିତ ଟପନଜ ବାରକୁ ସିଲ କରିଛି ବିଏମ୍‌ସି। ଏହା ସହିତ ବିଭିନ୍ନ ଜୋନର ଅନୁକୋଣରେ ଚେକିଂ କରିବା ସହିତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

ସମ୍ବନ୍ଧିତ ଖବର