ଝାରସୁଗୁଡ଼ା : ଲକ୍ଡାଉନ୍ ସମୟରେ ଗରୀବ ଓ ଅସହାୟ ଲୋକଙ୍କ ମୁହଁରେ ମୁଠାଏ ଖାଦ୍ୟ ଯୋଗାଇଦେବା ପାଇଁ ଝାରସୁଗୁଡ଼ା ସହରରେ ବହୁ ସ୍ବେଚ୍ଛାସେବୀ ସଂସ୍ଥା ଆଗେଇ ଆସିଛନ୍ତି। କିଛି ସଂସ୍ଥା ନିଜସ୍ୱ ଉଦ୍ୟମରେ ମାସାଧିକ କାଳ ହେଲା ଝାରସୁଗୁଡ଼ା ସହରରେ ଥିବା ଅସହାୟ ଭିକାରି ଏବଂ ସହରତଳି ଅଞ୍ଚଳରେ ଥିବା ବସ୍ତି ଏରିଆରେ ପ୍ରତିଦିନ ଚା’ ଜଳଖିଆ ଠାରୁ ଆରମ୍ଭ କରି ମଧ୍ୟାହ୍ନଭୋଜନ, ରାତ୍ରଭୋଜନ ବିତରଣ କରି ଆସୁଛନ୍ତି। ଲକ୍ଡାଉନ୍ ଏହି ଗରିବ, ଦିନ ମଜୁରିଆ, ଛୋଟ ବ୍ୟବସାୟୀମାନଙ୍କ ରୋଜଗାର ଛଡ଼େଇ ନେଇଛି। କାହାରି ହାତରେ ଆଉ ପଇସାଟିଏ ନାହିଁ। ହାତରେ କାମ ନାହିଁ ସକାଳ ହେଲେ ଏହି ସ୍ବେଚ୍ଛାସେବୀ ସଂସ୍ଥାମାନଙ୍କ ବାଟକୁ ଚାହିଁ ରହିବା ଛଡ଼ା ଏହି ଅସହାୟ ଲୋକ ମାନଙ୍କ ପାଖରେ ଆଉ କୌଣସି ଉପାୟ ମଧ୍ୟ ନାହିଁ।
ସରାକର ଏହି ଲକ୍ଡାଉନ୍ ବେଳେ ଅସହାୟ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦେବାକୁ ବଡ଼ ବ୍ୟକ୍ତି ପିଛା ୬୦ ଓ ଛୋଟ ପିଲା ପିଛା ୪୦ ଟଙ୍କାର ବ୍ୟବସ୍ଥା କରିଛନ୍ତି। ସହରର କିଛି ସ୍ଥାନରେ ଝାରସୁଗୁଡ଼ା ପୌରସଂସ୍ଥା ଦ୍ବାରା ମଧ୍ୟ ଏହି ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି। ପୌରସଂସ୍ଥା କାର୍ଯ୍ୟନିର୍ବାହୀ ଅଧିକାରୀ ରାମଚନ୍ଦ୍ର ପ୍ରଧାନ କହିଛନ୍ତି ଯେ, ପୌରସଂସ୍ଥା ଦ୍ବାରା ତଲିଭଟା ଅଞ୍ଚଳରେ ପ୍ରତିଦିନ ୩ଶହ ଲୋକଙ୍କ ପାଇଁ ଜଳଖିଆ, ମଧ୍ୟାହ୍ନଭୋଜନ ଓ ରାତ୍ରଭୋଜନ ଯୋଗାଇ ଦିଆଯାଉଛି। ସକାଳ ହେଲେ ସୋସିଆଲ ମିଡିଆରେ ଗଣ୍ଡା ଗଣ୍ଡା ଖାଦ୍ୟ ବଣ୍ଟନର ଫଟୋ ଛଡ଼ାଯାଇ କିଛି ସଂସ୍ଥା ବ୍ୟାପକ ପ୍ରଚାର କରୁଥିବା ବେଳେ ଆଉ କିଛି ସଂସ୍ଥା ନିରବରେ ଏହି ମହତ୍ କାର୍ଯ୍ୟ ସଂପାଦକ କରୁଥିବା ଦେଖିବାକୁ ମିଳୁଛି। କିଛି ସଂସ୍ଥା ଦିନେ ଅଧେ ଯାଇ କିଛି ଖାଦ୍ୟ ପ୍ୟାକେଟ୍ ଲୋକଙ୍କୁ ଦେଇ ଫଟୋ ଉଠାଇ ତାକୁ ସୋସିଆଲ ମିଡିଆରେ ଛାଡ଼ି ଏବେ ଚୁପ୍ ରହି ଯାଇଛନ୍ତି। ଆଉ କିଛି ସଂସ୍ଥା ଅନ୍ୟ ସଂସ୍ଥାକୁ ଖାଦ୍ୟ ବିତରଣରେ ସହଯୋଗ କରିବାକୁ ଯାଇ ସେଥିରେ ତାଙ୍କ ସଂସ୍ଥାର ନାମ ଯୋଡ଼ି ଦେଉଥିବା ମଧ୍ୟ ଶୁଣିବାକୁ ମିଳୁଛି। କିଛି ସଂସ୍ଥା ପ୍ରତିଦିନ ଶତାଧିକ ଲୋକଙ୍କୁ ଖାଦ୍ୟ ପ୍ରଦାନ କରୁଥିବା ବେଳେ ଆଉ କିଛି ସଂସ୍ଥା କେବଳ ମିଥ୍ୟା ପ୍ରଚାର କରୁଥିବା ଅଭିଯୋଗ ହୋଇଛି। ତେବେ ଯେଉଁ ସଂସ୍ଥା ପ୍ରକୃତରେ ଲୋକଙ୍କ ନିୟମିତ ଖାଦ୍ୟ ଯୋଗାଇ ଦେଉଛି ତାକୁ ଲୋକେ ସାଧୁବାଦ ଦେଉଥିବା ବେଳେ ମିଥ୍ୟାପ୍ରଚାର କରୁଥିବା ସଂସ୍ଥାକୁ ଗାଳି ମଧ୍ୟ ଦେଉଥିବା ଦେଖାଯାଉଛି।
ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ/ଏଚ୍ଜେଏମ୍, ୟୁନିଟି କ୍ଲବ/ ଡେଲପିଂହ୍ୟାଣ୍ଡ, କେଜିଏନ୍ ଟ୍ରଷ୍ଟ ଦରଘା କମିଟି, ଜୟ ମାତେଶ୍ବରୀ ଗଣେଶ ପୂଜା କମିଟି, ଖିଦମତ୍ କମିଟି, ହନୁମାନ ମନ୍ଦିର ସେବା ସମିତି, ବିଶ୍ବ ଗ୍ରୁପ୍, ମାଁ ମଙ୍ଗଳା କିନ୍ନର ୱେଲ୍ଫେୟାର ଟ୍ରଷ୍ଟ, ଡିଏନ୍ଏସ୍ ଫାଉଣ୍ଡେସନ୍, ଭୋଇ ମେମୋରିଆଲ ୟୁବକ ସଂଘ, ସୋସାଇଟି ଅଫ୍ ଦ ଡିଭାଇନ୍ ୱାଲର୍ଡ, ଗରିବୋ କି ଦୁନିଆ, ଏଇତ ଜୀବନ, ହୋଟେଲ ଆର୍ୟନ ଗ୍ରୁପ୍, ହେଲପିଂ ହ୍ୟାଣ୍ଡ, ବଜରଙ୍ଗ ଦଲ, ଶ୍ରୀ ମହିଳା ଗ୍ରୁପ୍, ସମ୍ଭବ ସୋସିଆଲ ଟ୍ରଷ୍ଟ, ଭଏସ୍ ଅଫ୍ ଓମେନ୍, ହେଲପ୍ ଟୁ ନିଡି, ସୋସିଆଲ ଏକ୍ସନ୍, ଅନିଲ ଅଗ୍ରୱାଲ ଏଣ୍ଡ୍ ଗ୍ରୁପ୍, କେରଲା ସମାଜମ୍, ଖ୍ରୀଷ୍ଟିୟାନ୍ ରିଲିଜିଓସ୍ ଇଷ୍ଟିଚ୍ୟୁଟ୍, ବ୍ରାହ୍ମଣ ସମାଜ, ଗୋଶାଲା ସମିତି ପ୍ରମୁଖ ଏହି ମହତ୍ କାର୍ଯ୍ୟରେ ହାତ ବଢ଼ାଇ ରନ୍ଧାଖାଦ୍ୟ ବିତରଣ କରୁଛନ୍ତି।
ବ୍ରାହ୍ମଣ ସମାଜ, ପଶ୍ଚିମାଞ୍ଚଳ ଏକତା ମଞ୍ଚ, ଡିଏନ୍ଏସ୍ ଫାଉଣ୍ଡେସନ୍, ବିଜେପି ୟୁବା ମୋର୍ଚ୍ଚା, ଖ୍ରୀଷ୍ଟିୟାନ ରିଲିଜିଅସ୍ ଇଷ୍ଟିଚ୍ୟୁସନ, ଜିନା ଇସିକା ନାମ୍ ହେ, ସଙ୍ଗିନି, ସୋସାଇଟି ଅଫ୍ ଦ ଡିଭାଇନ୍ ୱାଲର୍ଡ ଶୁଖିଲା ଖାଦ୍ୟ ପ୍ରଦାନ କରୁଛନ୍ତି। ଗୋଶାଲା ସମିତି, ବିଶ୍ବ ଗ୍ରୁପ୍, ଝାରସୁଗୁଡ଼ା ୟୁଥ୍ ଗ୍ରୁପ୍, ମାଁ ମଙ୍ଗଳା କିନ୍ନର ୱେଲଫେୟାର ଟ୍ରଷ୍ଟ, ଭଏସ୍ ଅଫ୍ ଓମେନ୍, ଭୋଇ ମେମୋରିଆଲ ୟୁବକ ସଂଘ, ବୃନ୍ଦାବନ କଲୋନୀ ରେସିଡେନ୍ସିଆଲ ସୋସାଇଟି, ମାଁ ସରସ୍ବତୀ ମହିଳା ସଂଗଠନ, ସୋସାଇଟି ଅଫ୍ ଦ ଡିଭାଇନ୍ ୱାଲର୍ଡ, ଖ୍ରୀଷ୍ଟିଆନ୍ ରିଲିଜିଅସ୍ ଇଷ୍ଟିଚ୍ୟୁସନ୍, ୟଙ୍ଗ ଷ୍ଟାର ଚେରିଟେବୁଲ ଟ୍ରଷ୍ଟ, ମାଳି ସମାଜ, ପବିତ୍ର ଆତ୍ମା ସେବିକା ସଂଘ, ସେହେଡ଼ା, କେରଲା ସମାଜମ୍, ଖିଦ୍ମତ ମହିଳା ସମିତି, ସମ୍ବଲପୁର ସୋସିଆଲ ସର୍ଭିସ ସୋସାଇଟି, ମହିଳା ଆରୋଗ୍ୟ ସମିତି, ଆରଏସ୍ଏସ୍/ଏଚ୍ଜେଏମ୍, ଭୋଇ ମେମୋରିଆଲ ଯୁବକ ସଂଘ, ରାଜସ୍ଥାନ କ୍ଲବ, ଇଗଲ ଗ୍ରୁପ୍, ରୁନାୟା, ବାଦ୍ସାହା ଗ୍ରୁପ୍, ୟା ତାଜ୍ ଫାଉଣ୍ଡେସନ୍ ପକ୍ଷରୁ ରାସନ ବିତରଣ କରାଯାଉଥିବା ବେଳେ ଗୋଶାଲା ସମିତି, ଏଡକନ୍ ୱେଲଫେୟାର ସୋସାଇଟି, କେନେଲ ଗ୍ରୁପ୍, ପାହାଡ଼େଶ୍ବର ବିକାଶ ପରିଷଦ, ଆର୍ଏସଏସ୍/ଏଚ୍ଜେଏମ୍ ପକ୍ଷରୁ ବୁଲା ଗୋରୁଗାଈଙ୍କୁ ଖାଦ୍ୟ ବିତରଣ କରୁଥିବା ଜଣାଯାଇଛି।