ଭୁବନେଶ୍ବର: ରାଜଧାନୀର ଅନ୍ୟତମ ଜନବହୁଳ ଅଞ୍ଚଳ ପଳାସୁଣିରେ ୧୬ ନମ୍ବର ଜାତୀୟ ରାଜପଥ ଉଫରେ ଫୁଟ୍ ଓଭରବ୍ରିଜ୍ ନିର୍ମାଣ ହେବ। ଭୁବନେଶ୍ୱରର ସାଂସଦ ଅପରାଜିତା ଷଡଙ୍ଗୀ ଏଥିପାଇଁ ଜାଗା ପରିଦର୍ଶନ କରିଛନ୍ତି । ଏହାସହିତ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଜାତୀୟ ରାଜପଥ ପ୍ରାଥିକରଣ (ଏନଏଚଏଆଇ)ର ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି ।
ସୂଚନା ଅନୁସାରେ ପଳାଶୁଣିରେ ଫୁଟ୍ ଓଭର ବ୍ରିଜ୍ ନିର୍ମାଣ ପାଇଁ ପ୍ରାୟ ୨ କୋଟି ଟଙ୍କା ଖର୍ଚ୍ଚ ହେବ। ବରିଷ୍ଠ ନାଗରିକଙ୍କଠାରୁ ଆରମ୍ଭ କରି ଛୋଟ ପିଲାମାନଙ୍କ ପାଇଁ ଏହି ଫୁଟ୍ ଓଭରବ୍ରିଜରେ ଲିଫ୍ଟ ରହିବ । ଏହି ଲିଫ୍ଟର ପରିଚାଳନା ପାଇଁ ଦୁଇ ଜଣ ଅପରେଟରଙ୍କୁ ନିଯୁକ୍ତ କରାଯିବ। ଜୁଲାଇ ମାସରୁ ଏହି ଫୁଟ୍ ଓଭରବ୍ରିଜର ନିର୍ମାଣ କାମ ଆରମ୍ଭ ହୋଇପାରେ ବୋଲି ସୂଚନା ମିଳିଛି । ଦୁର୍ଗାପୂଜା ବେଳକୁ ଏହି ଫୁଟ୍ ଓଭରବ୍ରିଜକୁ ଜନସାଧାରଣଙ୍କ ପାଇଁ ଖୋଲାଯିବ।
ସୂଚନାଯୋଗ୍ୟ ଯେ, ପଳାସୁଣି ଓଭରବ୍ରିଜ୍ ନିକଟରେ ବାରମ୍ବାର ଦୁର୍ଘଟଣା ଘଟିଆସୁଛି । କିଛି ଦିନ ତଳେ ଏଠାରେ ଲଗାତାର ଦୁଇଟି ଦୁର୍ଘଟଣା ଘଟିଥିଲା। ଏଥିରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା । ତେଣୁ ସେଠାରେ ଗୋଟିଏ ଫୁଟ ଓଭରବ୍ରିଜ୍ ନିର୍ମାଣ ନେଇ ଦାବି ହେଇ ଆସୁଥିଲା ।