ସିନାପାଲି ବ୍ଲକରେ ଜାତୀୟ ଖାଦ୍ୟ ନିରାପତ୍ତା ଯୋଜନାରେ ଦିଆଯାଉଥିବା ଚାଉଳରେ ବ୍ୟାପକ ହରିଲୁଟ ଅଭିଯୋଗ

ସିନାପାଲି : ସିନାପାଲି ବ୍ଲକରେ ଜାତୀୟ ଖାଦ୍ୟ ନିରାପତ୍ତା ଯୋଜନାରେ ହିତାଧିକାରୀମାନଙ୍କୁ ଦିଆଯାଉଥିବା ଚାଉଳରେ ବ୍ୟାପକ ହରିଲୁଟ ହେଉଥିବା ଅଭିଯୋଗ ହେଉଛି। ୨୫ କେଜିଆ ଚାଉଳ ବସ୍ତାରେ ୩ କେଜି କମ ରହୁଥିବା ଅଭିଯୋଗ ହେଉଛି। ଅଭିଯୋଗ ଅନୁସାରେ, ଏହି କାର୍ଯ୍ୟକ୍ରମରେ ମାସକୁ ଲକ୍ଷ ଲକ୍ଷ ଟଙ୍କାର ଦୁର୍ନୀତି ଜାଣିଶୁଣି କରାଯାଉଛି। ବିଭାଗୀୟ ତଥ୍ୟ ଅନୁସାରେ, ସିନାପାଲି ବ୍ଲକର ୨୭ଟି ପଞ୍ଚାୟତର ୨୩ ହଜାର ୯ ଶହ ୨୭ ପରିବାରର ୮୪ ହଜାର ୪୩୦ ଜଣ ହିତାଧିକାରୀଙ୍କୁ ପ୍ରତି ମାସରେ ୪୦୪୬.୯ କ୍ବିଣ୍ଟାଲ ଚାଉଳ ଓ ୧୭୫.୪୧ କ୍ବିଣ୍ଟାଲ ଗହମ କିଗ୍ରା ପ୍ରତି ୧ ଟଙ୍କା ଦରରେ ଯୋଗାଇ ଦିଆ ଯାଇଥାଏ। ସେହିପରି ଅେନ୍ତାଦୟ ଯୋଜନା ମାଧୢମରେ ବ୍ଲକରେ ୪୬୮୪ଟି ପରିବାରର ୧୩୬୩୫ ଜଣ ହିତାଧିକାରୀଙ୍କୁ ୧୬୩୯.୪ କ୍ବିଣ୍ଟାଲ ଚାଉଳ ଯୋଗାଇ ଦିଆଯାଉଛି। ଏହିପରି ଭାବେ ସମଗ୍ର ବ୍ଲକରେ ପ୍ରତି ମାସରେ ୫୬୮୫ .୧୬ କ୍ବିଣ୍ଟାଲ ଚାଉଳ ଓ ୧୭୪.୨୬ କ୍ବିଣ୍ଟାଲ ଗହମ ଓ ଅନ୍ନପୂର୍ଣ୍ଣା ଯୋଜନାରେ ୧୮୩ ଜଣ ହିତାଧିକାରୀଙ୍କୁ ୧୮,୩୦ କ୍ବିଣ୍ଟାଲ ଚାଉଳ ଯୋଗାଇ ଦିଆଯାଉଛି। ଏହି ହିସାବରେ ମାସକୁ ପ୍ରାୟ ୩୪୧ କ୍ବିଣ୍ଟାଲରୁ ଅଧିକ ଚାଉଳ ବାଟମାରଣା ହେଉଛି। ଯାହାର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ। ଟେଣ୍ତର ନେଇଥିବା ସ˚ପୃକ୍ତ ଠିକାଦାର ଚାଉଳ ଓଜନ ନକରି ବସ୍ତା ପ୍ରତି ୨୫ କିଗ୍ରା ହିସାବରେ ଚାଉଳ ଓ ଗହମ ପଞ୍ଚାୟତକୁ ଯୋଗାଣ କରୁଛନ୍ତି। ଏନେଇ ଜିଲ୍ଲା ଯୋଗାଣ ଅଧିକାରୀ ଅଶୋକ ଦାସଙ୍କୁ ପଚାରିବାରୁ ବ୍ୟାଗ ପ୍ରତି ୨-୩ କିଗ୍ରା ସାମଗ୍ରୀ କମ୍ ଥାଇପାରେ ବୋଲି କହିଥିଲେ। ଅନ୍ୟପକ୍ଷେ ପଞ୍ଚାୟତକୁ ଯୋଗାଣ ବେ‌େଳ ଅଧିକ ୨-୩ ବ୍ୟାଗ ଦିଆଯାଉଛି ବୋଲି କହିଥିଲେ। କିନ୍ତୁ ସ˚ପୃକ୍ତ ଠିକାଦର ବିନା ଓଜନରେ ବ୍ୟାଗ ପ୍ରତି ପଚାଶ କିଗ୍ରା ଅନୁସାରେ ଚାଉଳ ବଣ୍ଟନ କରୁଥିବା ବେଳେ କେତେ ପରିମାଣର ଚାଉଳ କମ ଅଛି ସେ କିପରି ଜାଣି ଅଧିକ ଦୁଇ ତିନି ବ୍ୟାଗ ଚାଉଳ ପ୍ରଦାନ କରୁଛି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏନେଇ ସରପଞ୍ଚମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ସହ ଅଭିଯୋଗର ତଦନ୍ତ କରାଯିବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର