ପାରଳାଖେମୁଣ୍ତି/ କାଶୀନଗର : ଗଜପତି ଜିଲ୍ଲାରେ ତିତଲି ପରବର୍ତୀ ରିଲିଫ୍ ଚାଉଳ ବଣ୍ଟନରୁ ପିଡିଏସ୍ ଚାଉଳ, କିରାସିନି, ଗହମ ଯୋଗାଣରେ ବଡ଼ ଧରଣର ଘୋଟାଲାର ପ୍ରମାଣ ମିଳିଛି। ଏ ନେଇ ପୂର୍ବରୁ ଅଭିଯୋଗ ହୋଇ ଆସୁଥିଲା। ସାଧାରଣ ବଣ୍ଟନ ଦାୟିତ୍ବରେ ଥିବା ଏସଏଚଜି ମାନଙ୍କ ଦ୍ବାରା ନିୟୋଜିତ ବ୍ୟକ୍ତି ବା ଡିଲରଙ୍କ ସ୍ତରରେ ଏହି ଘୋଟାଲା ଚାଲିଥିବା ବାରମ୍ବାର ଅଭିଯୋଗ ହେଉଥିଲା। ଯେତିକି ପ୍ରକୃତ ହିତାଧିକାରୀ, ଆଉ ସେତିକି ଜାଲ୍ ଓ ସରକାରୀ ଚାକିରିଆ ହିତାଧିକାରୀଙ୍କ ନାଁରେ ମଧ୍ୟ ପ୍ରତି ମାସରେ ଚାଉଳ, କିରାସିନି, ଗହମ କୋଟା ଉଠା ଯାଉଥିବା ଅଭିଯୋଗ ଉଠିଥିଲା। କିନ୍ତୁ ଯୋଗାଣ ବିଭାଗ ଏଥିପ୍ରତି କର୍ଣପାତ କରୁ ନଥିଲା। ଗଲା ମାସ ତିତଲି ବାତ୍ୟା ପରେ ସରକାରଙ୍କ ତରଫରୁ ପ୍ରତି ହିତାଧିକାରୀ ପରିବାରକୁ ୫୦ କିଲୋ ଚାଉଳ ଯୋଗାଇ ଦିଆଗଲା। ଏହାକୁ ପ୍ରଶାସନ ନିଜେ ବିତରଣ କଲା। କାଶୀନଗର ବ୍ଲକ କେ.ସୀତାପୁର ପଞ୍ଚାୟତରେ ସମସ୍ତ ହିତାଧିକାରୀ ଚାଉଳ ପାଇଲା ପରେ ବି ଅଧିକ ୮୬ ବସ୍ତା ଚାଉଳ ବଳିଗଲା। ହେଲେ ଯୋଗାଣ ବିଭାଗ ପ୍ରଦତ୍ତ ତାଲିକା ଅନୁସାରେ ଚାଉଳ ବଣ୍ଟା ଯାଇଥିବାରୁ ଏବଂ ସବୁ ହିତାଧିକାରୀ ପାଇଥିବାରୁ ପୂର୍ବରୁ ମଧ୍ୟ ଏମିତି ଜାଲିଆତି ହୋଇ ଆସୁଥିଲା ବୋଲି ରହିଥିବା ସନ୍ଦେହ ଏବେ ସତ ପ୍ରମାଣିତ ହେବାକୁ ଯାଉଛି। ଏ େନଇ ବିଧିବଦ୍ଧ ଅଭିଯୋଗ ପାଇବା ପରେ ଗଜପତି ଜିଲ୍ଲାପାଳଙ୍କ ନିର୍ଦେଶରେ ତୁରନ୍ତ ତଦନ୍ତ ଆରମ୍ଭ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
କାଶୀନଗର ବ୍ଲକ କେ.ସୀତାପୁର ପଞ୍ଚାୟତରେ ଡ଼.ଅମ୍ବେଦକାର ସ୍ବୟ˚ ସହାୟକା ଗୋଷ୍ଠୀ ନାମରେ ଜଣେ ଯୁବକ ଖାଦ୍ୟ ନିରପତ୍ତା ଯୋଜନାରେ ଆସୁଥିବା ବିଭିନ୍ନ ସାମଗ୍ରୀ ବଣ୍ଟନ କରୁଥିଲେ। ସେ ଚାଉଳ, କିରାସିନି, ଗହମ ଇତ୍ୟାଦି ଠିକ ସମୟରେ ଏବ˚ ଠିକ୍ ପରିମାଣରେ ବଣ୍ଟନ କରୁ ନଥିବା ଏବ˚ ଏହା କଳା ବଜାରରେ ବିକ୍ରି କରି ଦେଉଥିବା ଅଭିଯୋଗ ହୋଇ ଆସୁଥିଲା। ସ˚ପୃକ୍ତ ଯୁବକ ଜଣଙ୍କ ବହୁ ସ˚ଖ୍ୟାରେ କାର୍ଡ ନିଜ ନିକଟରେ ରଖି ନିଜ ଇଚ୍ଛା ମୁତାବକ କାର୍ଯ୍ୟ କରି ଚାଲୁଥିବା ଏବ˚ ତାଙ୍କର କିଛି ଅସାମାଜିକ ବ୍ୟକ୍ତିଙ୍କ ସହ ହାତ ରହି ଥିବାରୁ ଏ ନେଇ ଆପତ୍ତି କରିବାକୁ ଲୋକ ଭୟ କରୁଥିଲେ। କିନ୍ତୁ ଗୁରବାର କିଛି ଯୁବକ ଏ ନେଇ ଗଜପତି ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ। ଜିଲ୍ଲାପାଳ ଏହାର ତଦନ୍ତ ପାଇଁ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଶୁକ୍ରବାର ଅପରାହ୍ନରୁ ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ ଏ.କେ.ନାୟକ, କାଶୀନଗର ଯୋଗାଣ ନିରୀକ୍ଷକ ସ˚ଜୟ ମଲ୍ଲିକ ପ୍ରମୁଖ ବିଭିନ୍ନ ଗ୍ରାମରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ତଦନ୍ତ ଶେଷ ହେବା ପରେ ସତ୍ୟାସତ୍ୟ ଜଣା ପଡିବ ଏବ˚ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କାଶୀନଗର ଯୋଗାଣ ନିରୀକ୍ଷକ ଶ୍ରୀ ମଲ୍ଲିକ ସମ୍ବାଦକୁ କହିଥିଲେ।
ଅନୁସନ୍ଧାନରୁ ଜଣା ପଡ଼ିଛି ଯେ, ଏହି ପଞ୍ଚାୟତରେ ୧୭ ଶହରୁ ଅଧିକ ପିଡିଏସ୍ ହିତାଧିକାରୀ ରହିଛନ୍ତି। ସେଥି ମଧ୍ୟରୁ ଅନେକ ବେନାମୀ କାର୍ଡ ରହିଥିବା ଅଭିଯୋଗ ହୋଇ ଆସୁଛି। ଏହି କାର୍ଡ ଗୁଡିକ କିଛି ହିତାଧିକାରୀଙ୍କ ନାମରେ ରହିଥିଲେ ମଧ୍ୟ ସେମାନେ ଏ ବିଷୟ ଜାଣି ନାହାନ୍ତି। ଏହାର ସୁଯୋଗ ନେଇ ଏମାନଙ୍କ ସକାଶେ ଆସୁଥିବା ପିଡିଏସ୍ ସାମଗ୍ରୀ କଳା ବଜାରରେ ବିକ୍ରି କରା ଯାଉଥିବା ସନ୍ଦେହ ବଳବତ୍ତର ହୋଇଥିଲା। ପ୍ରତି ଥର ଆଲଟମେଣ୍ଟ ଅନୁଯାୟୀ ଚାଉଳ ଆସୁଥିଲା ଏବ˚ ଦାୟିତ୍ବରେ ଥିବା ଗ୍ରୁପ୍ ବଣ୍ଟନ କରୁଥିଲା। ବର୍ତ୍ତମାନ ନିଜେ ପ୍ରସାଶନ ଗ୍ରାମବାସୀଙ୍କ ସହାୟତାରେ ତିତ୍ଲି ରିଲିଫ୍ ଚାଉଳ ବଣ୍ଟନ କରିଥିବା ଏବ˚ ୮୬ ବସ୍ତା ଚାଉଳ ବଳକା ରହିଯିବାରୁ ଘଟଣା ପଦାକୁ ଆସିଛି। ଆଲଟମେଣ୍ଟ ଅନୁଯାୟୀ ଚାଉଳ ଆସୁଥିବା ସତ୍ତ୍ବେ ଚଳିତ ମାସରେ ଯଦି ଏତେ ସ˚ଖ୍ୟାରେ ଚାଉଳ ବଳିଗଲା, ବର୍ଷ ବର୍ଷ ଧରି ପୂର୍ବ ମାସ ମାନଙ୍କେର ଚାଉଳ ସମେତ କିରାସିନି, ଗହମ କୁଆଡ଼େ ଯାଉଥିଲା ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି। ସେମାନଙ୍କ ଅଜାଣତରେ ଅନେକ ସରକାରୀ କର୍ମଚାରୀଙ୍କ ନାମରେ ମଧ୍ୟ ରାସନ କାର୍ଡ ରହିଛି। ସେମାନେ ଚାକିରିଆ ହୋଇଥିବାରୁ କାର୍ଡ ନେବାକୁ ମନା କରୁଥିବା କଥା ମଧ୍ୟ ପଦାକୁ ଆସିଛି। ଏହାର ସରଜମିନ ତଦନ୍ତ କଲେ ପିଡିଏସ୍ ସାମଗ୍ରୀର ଆହୁରି ଅନେକ ଜାଲିଆତି ଲୋକ ଲୋଚନକୁ ଆସିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ଯୋଗାଣ ବିଭାଗ ତରଫରୁ ଆଜି ମଧ୍ୟ ଏ ନେଇ ତଦନ୍ତ ଚାଲୁ ରହିଛି।
ଅନ୍ୟପକ୍ଷରେ ଭାରତୀୟ ଜନତା ପାର୍ଟି ଏହାର ତଦନ୍ତ ଦାବି କରିଛି। ଦଳର ଜିଲ୍ଲା କୃଷକ େମାର୍ଚ୍ଚା ସଭାପତି ପ୍ରଶାନ୍ତ କୁମାର ଏହାର ସରଜମିନ୍ ତଦନ୍ତ ପାଇଁ ଦାବି କରି ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ନଚେତ ଦଳ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବା ପାଇଁ ଚେତାବନୀ ଦେଇଛନ୍ତି।