ପିଆଜ ପାଇଁ ଯୋଗାଣ ସଚିବଙ୍କ ଦିଲ୍ଲୀ ଗସ୍ତ

ଭୁବନେଶ୍ବର : ରାଜ୍ୟରେ ପିଆଜର ଦର ଆକାଶଛୁଆଁ ହେଲାଣି। ପିଆଜ ଅଭାବ ଦୂର ପାଇଁ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରିବାକୁ ଆଜି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ସଚିବ ଭି.ଭି ଯାଦବ ଦିଲ୍ଲୀ ଗସ୍ତ କରିଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଥିଲେ, ମହାରାଷ୍ଟ୍ର ନାସିକରେ ବନ୍ୟା ପରିସ୍ଥିତି ଯୋଗୁଁ ପିଆଜ ସଙ୍କଟ ଦେଖାଦେଇଛି। ଚାହିଦା ତୁଳନାରେ ପର୍ଯ୍ୟାପ୍ତ ପିଆଜ ଗଚ୍ଛିତ ଥିବା ନେଇ ଗତକାଲି କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରୀ ରାମ ବିଳାଶ ପାଶଵାନ କହିଥିଲେ। ବାହାରୁ ପିଆଜ ଆଣିବାକୁ ହେଲେ ଯେପରି ଖରାପ ପିଆଜ ଓ କଳାବଜାରୀର ସମ୍ମୁଖୀନ ହେବାକୁ ନପଡ଼େ ସେଥିପାଇଁ ରାଜ୍ୟ ସରକାର ସଚେତନ ଅଛନ୍ତି। ଏସବୁକୁ ଦୃଷ୍ଟିରେ ରଖି ପିଆଜ ଅଭାବ ସମସ୍ୟା ଦୂର କରିବାକୁ ସରକାର ପଦକ୍ଷେପ ନେଉଛନ୍ତି। ସଚିବ ଦିଲ୍ଲୀ ଯାଇ ନାଫେଡ୍ ଯୋଗାଉଥିବା ପିଆଜର ମାନ ଅନୁଧ୍ୟାନ କରିବେ। ଆବଶ୍ୟକ ପଡ଼ିଲେ ଭଲ ପିଆଜ ବାହାରୁ ଅଣାଯିବ। ପିଆଜ ସଙ୍କଟ ନେଇ ଲୋକେ ଭୟଭୀତ ନ ହେବାକୁ ମନ୍ତ୍ରୀ ଶ୍ରୀ ସ୍ବାଇଁ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର