ବାରିପଦା: ମୟୂରଭଂଜ ଜିଲ୍ଲା ଜିଲ୍ଲାରେ ବେଲଗାମ ହୋଇପଡ଼ିଛି କରୋନା। ମାତ୍ର ଏବେବି କିଛି ଅମାନିଆଙ୍କୁ ଯେପରି କୌଣସି କଥାରେ କିଛି ଫରକ ପଡ଼ୁନି। କରୋନା ମାରାତ୍ମକ ରୂପ ଧାରଣ କରୁଥିବାବେଳେ ଚାଲିଛି ଫୁଟବଲ ଖେଳ। ଶହ ଶହ ଲୋକ କୋଭିଡ୍ କଟକଣାକୁ ଫୁଃରେ ଉଡ଼େଇ ଚାଲିଛି ଖେଳ। ଏପରି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ବାରିପଦା ବ୍ଲକ୍ ଶଙ୍ଖାଭଙ୍ଗା ପଞ୍ଚାୟତ ଅନ୍ତର୍ଗତ ବାଘୁଆଶୋଳ ଗ୍ରାମରେ। ଗ୍ରାମର ଖେଳପଡ଼ିଆରେ ଚାଲିଛି ଫୁଟବଲ ଟୁର୍ଣ୍ଣାମେଣ୍ଟ୍। ଗ୍ରାମର ଖେଳପଡ଼ିଆରେ ଶହଶହ ଲୋକଙ୍କ ଉପସ୍ଥିତିରେ ଚାଲିଛି ଖେଳ।
ଏନେଇ ସ୍ଥାନୀୟ ବାରିପଦା ସଦର ଥାନା ଆଇଆଇସି ଏବଂ ବାରିପଦା ତହସିଲଦାରଙ୍କୁ ମଧ୍ୟ ଅବଗତ କରାଯାଇଥିଲା। ମାତ୍ର କୌଣସି ସୁଫଳ ମିଳିନାହିଁ। ଏପରିକି ଦୁଇ ଅଧିକାରୀ ଅତ୍ୟନ୍ତ ସନ୍ତର୍ପଣର ସହିତ ନିଜ ଦାୟିତ୍ବ ଖସେଇବାରେ ବ୍ୟସ୍ତ ରହିଲେ। କରୋନା କାରଣରୁ ବାରିପଦା ଅତ୍ୟନ୍ତ ସମ୍ବେଦନଶୀଳ ଅବସ୍ଥାରେ ରହିଛି। ଏପରି ପରିସ୍ଥିତିରେ ଫୁଟବଲ ଖେଳ ଆହୁରି ଅଧିକ ବିପଦକୁ ନିମନ୍ତ୍ରଣ କରିବା ସହିତ ସମାନ ବୋଲି ସ୍ଥାନୀୟ ବାସିନ୍ଦା ପ୍ରକାଶ କରିଛନ୍ତି। ଏପରି ଖେଳ କରିବାକୁ କିଏ ଅନୁମତି ଦେଲା, ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
/sambad/media/post_attachments/wp-content/uploads/2021/05/IMG-20210504-WA0013.jpg)
ସେହିପରି ତହସିଲଦାରଙ୍କୁ ଜଣାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆନଯିବା ସ୍ଥାନୀୟ ପ୍ରଶାସନର ଅତ୍ୟନ୍ତ ବେପରୁଆ ମନୋଭାବର ଲକ୍ଷଣ ବୋଲି ଅଭିଯୋଗ ହୋଇଛି। ଏନେଇ ଜିଲ୍ଲାପାଳ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ସାଧାରଣରେ ଦାବି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/A1-2.jpg)