ଫୁଟବଲ ଟୁର୍ଣ୍ଣାମେଣ୍ଟ: ଜୟପୁର ସିୱାଇଏ୍ ‘ଏ’ ଓ ‘ବି’ ବିଜେତା

ଜୟପୁର: ଜୟପୁର ସିୱାଇଏ ପକ୍ଷରୁ ଜେଇଏଲସି ଜୁଭିଲି ଗ୍ରାଉଣ୍ଡ ଠାରେ ଏକ୍ସମାସ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଛି। ମଙ୍ଗଳବାର ୨ଟି ମ୍ୟାଚ ଅନୁଷ୍ଠିତ ହୋଇଥିଲା। ପ୍ରଥମ ମ୍ୟାଚରେ ଜୟପୁର ସିୱାଇଏ ‘ଏ’ ଦଳ ସନ୍ତୋଷପୁର ଦଳ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଖେଳ ଶେଷ ପର୍ଯ୍ୟନ୍ତ କେହି କାହାରିକୁ ଗୋଲ ଦେଇ ପାରିନଥିଲେ।

ପେନାଲଟି ସୁଟ୍ ଆଉଟରେ ଜୟପୁର ସିୱାଇଏ ‘ଏ’ଦଳ ୩-୨ରେ ବିଜେତା ହୋଇଥିଲେ। ସେଭଳି ୨ୟ ମ୍ୟାଚଟି ଜୟପୁର ସିୱାଇଏ ‘ବି’ ଦଳ ଓ ଦିଲେଭରନ୍ ଲଭ୍ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଜୟପୁର ସିୱାଇଏ ‘ବି’ ଦଳ ୨-୦ ରେ ବିଜେତା ହୋଇଥିଲେ।   ପ୍ରତିଯୋଗିତାରେ ରେଫରୀ ଭାବେ ଜୋନ ହରିଜନ, ଦୁର୍ଗା ପରିଡ଼ା, ଡ୍ୟାଭିଡ୍ ଓ ସିତେଶ ଖେଳ ପରିଚାଳନା କରିଥିଲେ। ଏଥିରେ ଅତିଥି ଭାବେ ଜିତେଶ ନାୟକ, ସଭରବ ପ୍ରେମ, ଦାନିଆଲ୍ ବାଘ, ପପୁ, ଦିପୁ, ପିଙ୍କୁ ପଲ, ମୋହନ ବାଘ, ବିଧାନ ନାୟକ । ପ୍ରତିଯୋଗିତାକୁ ଜୋନ ହରିଜନ, ଯୁଗୋଳ ନାଗ, ରବି ଗରଡ଼ା, ରାଜିବ , ବାବୁନୁ ଅନକା ପ୍ରମୁଖ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର