ସିଂହଦ୍ବାରରେ ପଦଚିହ୍ନକୁ ନେଇ ଚର୍ଚ୍ଚା

ପୁରୀ : ତେର ଦିନର ଘୋଷଯାତ୍ରା ପର୍ବ ଆଜି ଶେଷ ହୋଇଛି। ମହାପ୍ରଭୁ ଶୁକ୍ରବାର ଦିନ ବଡ଼ଭାଇ ଶ୍ରୀବଳଭଦ୍ର ଓ ସାନ ଉଭଣୀ ମା’ ସୁଭଦ୍ରାଙ୍କ ସହ ରତ୍ନବେଦିକୁ ବିଜେ କରିଛନ୍ତି। ତେବେ ଶ୍ରୀଜିଉ ଶ୍ରୀମନ୍ଦିରକୁ ଯିବା ପରେ ସିଂହଦ୍ବା‌ରରେ ପଡ଼ିଥିବା ‘ପଦଚିହ୍ନ’ ଆଜି ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରଭୁ ସୁଦର୍ଶନଙ୍କ ପରେ ବଡ଼ଠାକୁର ବଳଭଦ୍ର, ମା’ ସୁଭଦ୍ରା ଶ୍ରୀମନ୍ଦିରକୁ ବିଜେ କରିଥିଲେ। ଶେଷରେ କାଳିଆ ଠାକୁର ଶ୍ରୀମନ୍ଦିର ବିଜେ କରିଥିଲେ।

ବଡ଼ଠାକୁର ଓ ମା’ ସୁଭଦ୍ରା ଯିବାବେଳେ ସେଭଳି ପଦ୍ମଚିହ୍ନ ଶୁକ୍ରବାର ଦିନ ସିଂହଦ୍ବାରରେ ଦେଖିବାକୁ ମିଳି ନଥିଲା। କିନ୍ତୁ କାଳିଆ ସାଆନ୍ତ ନନ୍ଦିଘୋଷରୁ ଓହ୍ଲାଇ ଶ୍ରୀମନ୍ଦିରକୁ ଯିବା ପରେ ଶତାଧିକ ପଦଚିହ୍ନ ସିଂହଦ୍ବାରରେ ଦେଖିବାକୁ ମିଳିଛି। ନନ୍ଦିଘୋଷ ରଥଠାରୁ ସିଂହଦ୍ବାର ଅରୁଣ ସ୍ତମ୍ଭ ପର୍ଯ୍ୟନ୍ତ ଲମ୍ବିଥିବା ଏହି ପଦଚିହ୍ନ ଦେଖିବାକୁ ଅଧିକାରୀ, ପୁଲିସଙ୍କ ବି ଭିଡ଼ ଜମିଥିଲା। ହଳଦିଆ ରଙ୍ଗର ଏହି ପଦଚିହ୍ନକୁ ଆଜି ଉପସ୍ଥିତ ଅଧିକାରୀ, ପୁଲିସ, ସାମ୍ବାଦିକ ବି ମୁଣ୍ଡିଆ ମାରିଛନ୍ତି। ମଥାରେ ଲଗାଇ ଆଶୀର୍ବାଦ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର