ମଞ୍ଚରେ କାର୍ଯ୍ୟକ୍ରମ ପରିବେଷଣ ଅନୁମତି ନ ଦେଲେ କଳାକାର ଉପନିର୍ବାଚନରେ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଲା ଓମାୱା

୧୦ ଦିନରେ ଦାବି ପୂରଣ କର, ନହେଲେ ରାଜରାସ୍ତାକୁ ଓହ୍ଲାଇବେ କଳାକାର: ସ˚ଘ

କଟକ: କରୋନା କଟକଣା ସମୟରେ ସଙ୍ଗୀତ କଳାକାରମାନେ ସରକାରଙ୍କ ନୀତି ନିୟମକୁ ମାନିଲେ। ଦୁର୍ଦ୍ଦିନରେ ଥିବା କଳାକାରମାନଙ୍କୁ ଓଡ଼ିଶା ମ୍ୟୁଜିକ ଆର୍ଟିଷ୍ଟ ୱେଲଫେୟାର ସ˚ଘ (ଓମାୱା) ପକ୍ଷରୁ ରିଲିଫ ସାମଗ୍ରୀ ପହଞ୍ଚାଗଲା। ସରକାରଙ୍କ ଦୃଷ୍ଟିକୁ ସମସ୍ୟା ଆଣିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି କରି ଗୀତ ପ୍ରସ୍ତୁତ ହେଲା। ଆଶା ଥିଲା ସରକାର କଳାକାରମାନଙ୍କ ପାଇଁ ଓ ସେମାନଙ୍କ ଜୀବିକାକୁ ବଞ୍ଚାଇ ରଖିବା ପାଇଁ କିଛି ବ୍ୟବସ୍ଥା କରିବେ। ଏ ନେଇ ବିଭିନ୍ନ କଳାକାର ସ˚ଘମାନଙ୍କ ସହ ମନ୍ତ୍ରୀ, ସଚିବ ଆଲୋଚନା ମଧ୍ୟ କଲେ।

ହେଲେ ଦଶହରା ଯାଇ ଦୀପାବଳି ଆସିବାକୁ ବସିଲାଣି , କିନ୍ତୁ କଳାକାରଙ୍କ ପାଇଁ ଆହା ପଦେ କହିବାକୁ ବି ସରକାର ଉଚିତ୍‌ ଭାବିଲେନି। ମଞ୍ଚ କାର୍ଯ୍ୟକ୍ରମକୁ ସ˚ମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଥିବାରୁ କଳାକାରଙ୍କ ଅବସ୍ଥା ଦିନକୁ ଦିନ ରୁଗ୍‌ଣ ହେବାରେ ଲାଗିଛି। କଟକଣା ଲାଗୁ ହୋଇଥିବା ସତ୍ତ୍ବେ ବାଲେଶ୍ବର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ରାଜନୈତିକ ଦଳଗୁଡ଼ିକ ଯେଉଁ ଭାବେ ରାଲି କରୁଛି ଓ ମେଲୋଡ଼ି କାର୍ଯ୍ୟକ୍ରମ କରୁଛନ୍ତି, ଏହା କ’ଣ ନିୟମର ବିରୁଦ୍ଧାଚରଣ କରୁନାହିଁ କି ବୋଲି ଓମାୱା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ କରାଯାଇଛି।

ଓମାଵା ସଭାପତି ତଥା ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାରଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କ ଏତାଦୃଶ ନିୟମ ବିରୋଧି ଆଚରଣକୁ ନିନ୍ଦା କରାଯାଇଛି। ଆର୍ଥିକ ଦୁର୍ଦ୍ଦଶା ଭିତରେ ଗତି କରି କଳାକାରମାନେ ସେମାନଙ୍କ ବାଦ୍ୟଯନ୍ତ୍ର ବିକ୍ରି କରିଲେଣି। ଲାଇଟ୍‌ ଓ ସାଉଣ୍ତ ବ୍ୟବସାୟୀମାନଙ୍କ କୋଟି କୋଟି ଟଙ୍କାର ଯନ୍ତ୍ରା˚ଶ ଏବେ ଘରେ ପଡ଼ି ଖତ ଖାଇଲାଣି। ଏଭଳି ସ୍ଥିତିରେ ସରକାର ଏମାନଙ୍କ କଳାକୁ ବଞ୍ଚାଇ ରଖିବା ପାଇଁ କ’ଣ କରିଛନ୍ତି ବୋଲି ପ୍ରଶ୍ନ ଉଠାଯାଇଛି। ସେମାନଙ୍କ ଉପରେ ଥିବା ବ୍ୟାଙ୍କ ଋଣ ଛାଡ଼ କରାଯିବାକୁ ସରକାର ପଦକ୍ଷେପ ନେବାକୁ ଦାବି କରାଯାଇଛି।

କେବଳ କିଛି ସଙ୍ଗୀତ କଳାକାରଙ୍କ ସହାୟତାରେ ରାଜ୍ୟବ୍ୟାପୀ ରିଲିଫ ବଣ୍ଟାଯାଇଥିଲା। କିନ୍ତୁ ସବୁଦିନ ଏପରି କରିବା ସ˚ଘ କର୍ମକର୍ତ୍ତାଙ୍କ ପକ୍ଷେ ସମ୍ଭବ ନୁହେଁ। ଏଥିପାଇଁ ଏକମାତ୍ର ଉପାୟ ହେଉଛି ମଞ୍ଚ କାର୍ଯ୍ୟକ୍ରମକୁ ଅନୁମତି ଦେବା। ଯଦି ନିର୍ବାଚନୀ ରାଲିରେ ୪୦୦୦ ଲୋକଙ୍କୁ ଯିବାକୁ ଅନୁମତି ମିଳୁଛି ଓ ପ୍ରଚାର ପାଇଁ ମେଲୋଡ଼ି କରାଯାଇପାରୁଛି, ତାହେଲେ କଳାକାରକୁ ପେଟ ପୋଷିବା ପାଇଁ ମଞ୍ଚ କାର୍ଯ୍ୟକ୍ରମ କରିବାକୁ ସରକାର ଅନୁମତି କାହିଁକି ଦେଉନାହାନ୍ତି ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ କ୍ଷୋଭ ପ୍ରକାଶ କରାଯାଇଛି।

ତେଣୁ କଳାକାରମାନଙ୍କୁ ସ୍ବୀକୃତି ପ୍ରସଙ୍ଗକୁ ସରକାର ବିଚାର ନ କରନ୍ତୁ ପଛେ, ହେଲେ ମଞ୍ଚ କାର୍ଯ୍ୟକ୍ରମ ଆରମ୍ଭ କରାଯିବାକୁ ଅନୁମତି ଦେବାକୁ ଅନୁରୋଧ କରାଯାଇଛି। କୋଭିଡ୍‌ ନୀତିନିୟମ ପାଳନ କରି, ମାସ୍କ ପରିଧାନ କରି କଳାକାରମାନେ ସେମାନଙ୍କ କଳାର ପ୍ରଦର୍ଶନ କରିବେ ବୋଲି ପ୍ରତିଶ୍ରୁତି ଦେଇଛି ଓମାୱା। ତେଣୁ ସରକାର ତୁରନ୍ତ ଏହା ଉପରେ ବିଚାର କରି ମଞ୍ଚ ପାଇଁ ଅନୁମତି ଦେବାକୁ ଦାବି କରାଯାଇଛି। ଏଥିପାଇଁ ଓମାୱା ପକ୍ଷରୁ ସରକାରଙ୍କୁ ୧୦ ଦିନ ସମୟ ଦିଆଯାଇଛି।

ଯଦି ଏହି ଅବଧି ମଧ୍ୟରେ ସରକାର ମଞ୍ଚକୁ ଅନୁମତି ନ ଦିଅନ୍ତି, ତାହେଲେ କଳାକାରମାନେ ରାଜରାସ୍ତାରେ ବସି ବାଦ୍ୟଯନ୍ତ୍ର ଧରି କଳାର ପ୍ରଦର୍ଶନ କରିବା ସହ ଅଭିନବ ଉପାୟରେ ଧାରଣା ଦେବେ ବୋଲି ଚେତାବନୀ ଦିଆଯାଇଛି। କେବଳ ଏତିକି ନୁହେଁ,  ଆବଶ୍ୟକ ପଡ଼ିଲେ ବାଲେଶ୍ବର ଓ ତିର୍ତ୍ତୋଲ ଅଞ୍ଚଳର କଳାକାରମାନେ ଆଗାମୀ ନିର୍ବାଚନରେ ଭୋଟ ବର୍ଜନ କରିବେ ବୋଲି କଡ଼ା ଚେତାବନୀ ଦିଆଯାଇଛି।

ଏହି ସାମ୍ବାଦିକ ସମ୍ମିଳନୀରେ ଓମାୱା ସାଧାରଣ ସମ୍ପାଦକ ଜିତୁ ମଙ୍ଗରାଜ, ଉପସଭାପତି ବିଭୂକିଶୋର, କୋଷାଧ୍ୟକ୍ଷ ମିହିର ମହାନ୍ତି, କଣ୍ଠଶିଳ୍ପୀ ଗୀତା ଦାସ, ଲାଇଟ୍‌ ଓ ସାଉଣ୍ତ ସ˚ଘର ସଭାପତି ନରେନ୍ଦ୍ର ସାହୁ, ଯାତ୍ରା କଳାକାରଓ କର୍ମଚାରୀ ସ˚ଘର ସଭାପତି ଦୈତ୍ୟାରୀ ପଣ୍ତା, ସମ୍ପାଦକ ଆର‌୍‌.କେ ହିରାଲାଲ, ଲାଇଟ୍‌ ଆଣ୍ତ ସାଉଣ୍ତ ସଂଘର ସମ୍ପାଦକ ବବି ରହେମାନ, ଉତ୍ତର ଓଡ଼ିଶା କଳାକାର ସ˚ଘ ସଭାପତି ଗୌର ଦାସ, ଲୁବୁନ୍ ସେନ୍‌, ଶୈଳଭାମା ମହାପାତ୍ର, ମାନସୀ ପାତ୍ର, ଗଗନ ବିହାରୀ, ବିଷ୍ଣୁମୋହନ କବି, ତାରିକ ଅଜିଜ୍‌ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର