ତାଳଚେର: ଗାଁ ଦାଣ୍ଡରେ ଝିଅ ଓ ବୋହୂ ଯାଉଥିବା ବେଳେ କମେଣ୍ଟ ମାରିବା ଜଣେ ଯୁବକଙ୍କ ପାଇଁ ମହଙ୍ଗା ପଡ଼ିଛି। କମେଣ୍ଟ ମାରୁଥିବା ସଂପୃକ୍ତ ଯୁବକଙ୍କୁ ଗାଁ ଲୋକେ ପ୍ରଥମେ ଲଣ୍ଡା କରିଛନ୍ତି। ତା’ପରେ ରାସ୍ତାରେ ବୁଲାଇଛନ୍ତି। ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି।
ସୂଚନା ଅନୁସାରେ ଆଜି ତାଳଚେର ଥାନା ଅନ୍ତର୍ଗତ କଣ୍ଢାଳ ଗ୍ରାମପଞ୍ଚାୟତରୁ ଏକ ଚାଂଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଯୁବକ ଜଣକ ଏକ ଗାଁରେ ଜଣେ ଯୁବକ ଝିଅ ଓ ବୋହୂଙ୍କୁ କମେଣ୍ଟ ମାରୁଥିଲା। ଏହା ଦ୍ୱାରା ଗ୍ରାମବାସୀମାନେ ଉତ୍ତ୍ୟକ୍ତ ହୋଇଥିଲେ। ସେମାନେ ଯୁବକଙ୍କୁ କାବୁ କରିଥିଲେ ଏବଂ ଲଣ୍ଡା କରିଦେଇଥିଲେ। ଏହା ପରେ ଗ୍ରାମରେ ଆଣ୍ଠେଇବା ସହିତ ଗାଆଁ ଦାଣ୍ଡରେ ବୁଲାଇଥିବା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରିଛି।
/sambad/media/post_attachments/wp-content/uploads/2022/10/6109fe06-ccbb-4033-9f13-36a310ba0143-e1666952041272.jpg)
ତେବେ ସଂପୃକ୍ତ ଯୁବକଙ୍କୁ ପୁଲିସ ଉଦ୍ଧାର କରିବା ପୂର୍ବରୁ କିଛି ଲୋକ ଘଟଣା ସମୟର ଦୃଶ୍ୟକୁ ମୋବାଇଲରେ ରେକର୍ଡିଂ କରିଛନ୍ତି। ଏହି ଭିଡିଓ ରେକଡିଂ ଓ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/ଅନୁଗୁଳ.jpg)