କୋମନା: ନୂଆପଡ଼ା ଜିଲ୍ଲା କୋମନା ବ୍ଲକର ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନେ ବିଭିନ୍ନ ଦାବି ନେଇ ଗୋଟିଏ ମାସ ହେଲା ଆନ୍ଦୋଳନରେ ବସିଛନ୍ତି। ଅଲ୍ ଓଡ଼ିଶା ଲେଡିସ୍ ୱାର୍କର୍ସ ଆସୋସିଏସନ୍ ପକ୍ଷରୁ ଗତ ନଭେମ୍ବର ମାସରୁ ସ୍ଥାନୀୟ ସିଡିପିଓ ଅଫିସ୍ ସମ୍ମୁଖରେ ଆନ୍ଦୋଳନ ଜାରି ରହିଛି।
ପ୍ରତ୍ୟହ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନେ ଧାରଣାରେ ସାମିଲ ହେବା ସହ ବିଭିନ୍ନ ଦାବି ନେଇ ନାରାବାଜି କରୁଛନ୍ତି। ତେବେ ଗୋଟିଏ ପଟେ ଅଙ୍ଗନବାଡ଼ି କର୍ମୀମାନେ ଆନ୍ଦୋଳନ ଚଲାଇଥିବା ବେଳେ ଅନ୍ୟପଟେ ପୁଷ୍ଟିକର ଖାଦ୍ୟରୁ ଶହ ଶହ ଶିଶୁ ବଞ୍ଚିତ ରହୁଥିବା ଦେଖାଯାଉଛି। ଅଙ୍ଗନବାଡ଼ି କେନ୍ଦ୍ରମାନଙ୍କରେ ଦିଆଯାଉଥିବା ରନ୍ଧାଖାଦ୍ୟ ମଧ୍ୟ ମାସେ ହେଲା ବନ୍ଦ ରହିଛି। ଗର୍ଭବତୀ ଓ ପ୍ରସୂତିମାନେ ମଧ୍ୟ ବହୁ ଅସୁବିଧା ଭୋଗୁଥିବାରୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ସରକାର ତୁରନ୍ତ ସେମାନଙ୍କ ଦାବି ପ୍ରତି ଧ୍ୟାନ ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହେଉଛି।