ପାପଡାହାଣ୍ଡି /ମଇଦଳପୁର: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମଇଦଳପୁର ଛକ ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ବାଇକ ନଅଟକାଇବାରୁ ଗୃହରକ୍ଷୀ ଦ୍ୱାରା ନିର୍ଧୁମ ଛେଚା ଖାଇଲେ ବାଇକ ଚାଲକ। ଏନେଇ ମଇଦଳପୁର ପାଣ୍ଠି ରେ ଏତଲା ଦେଲେ ବାଇକ ବାଇକ ଚାଲକ।
ସୂଚନା ଅନୁଯାଇ କଳାହାଣ୍ଡି ଜିଲ୍ଲା ଆମପାଣି ଥାନା ଅଧୀନରେ ଥିବା ପୋଡାଗୁଡା ଗ୍ରାମର ଜଗବନ୍ଧୁ ନାୟକ (୨୮)ଏକ ୟାମାହା ବାଇକ FZ5 ନମ୍ବର OD 08 S 5464 ଯୋଗେ କୌଣସି କାମରେ ଜୟପୁର ଯାଇଥିଲେ। ସନ୍ଧ୍ୟା ୬ଟାରେ ରେ କାମସାରି ବାଇକ ରେ ଜୟପୁର ରୁ ନିଜ ଗାଁ ଫେରିବା ସମୟରେ କଳାହାଣ୍ଡି ଯିବା ବାଟରେ ତୁମ୍ଭର୍ଲା ଛକ ନିକଟରେ ଜଣେ ସାଧା ପୋଷାକ ଧାରି ଯୁବକ ତାଙ୍କୁ ହାତ ମାରିଥିଲେ କିନ୍ତୁ ସେ ବାଇକ ରଖିନଥିଲେ। ମଇଦଳପୁର ଛକ ନିକଟରେ ଏକ ବୁଲେଟ ତାଙ୍କୁ ପଛପଟୁ ଆସି ଧକା ଦେଇଥିଲା ଯାହାଫଳରେ ବାଇକ ଚାଳକ ଜଗବନ୍ଧୁ ପ୍ରାୟ ପଚାଶ ମିଟର ଘୋଷାଡ଼ି ହୋଇ ତଳେ ପଡି ଯାଇଥଲେ। ଏହା ପରେ ବୁଲେଟ ଆରୋହୀ ଯୁବକ ଜଣକ ଜଗବନ୍ଧୁ କୁ ଆକ୍ରମକ ଭାବେ ଉକ୍ତ ବ୍ୟକ୍ତି ଙ୍କୁ ତଳେ ପଡ଼ିଥିବା ଅବସ୍ଥାରେ ନିର୍ଧୁମ ମାଡ଼ ମାରିଥିଲେ. ଯାହାଫଳରେ ତାଙ୍କର ଗୋଡ଼, ମୁଣ୍ଡ, ମୁହଁ ରେ ମାଡ଼ ହୋଇଥିବା ଜଗବନ୍ଧୁ କହିଛନ୍ତି।ଜଗବନ୍ଧୁ ପ୍ରତିବାଦ କରିବାରୁ ତାଙ୍କୁ ଦୁର୍ବ୍ୟବହାର କରି କହିଥିଲେ ମୁ ଜଣେ ଗୃହରକ୍ଷୀ ଗାଡି କାହଁକି ଅଟକାଇଲୁ ନାହିଁ କାହିଁ ନିର୍ଧୁମ ମାଡ଼ ମାରିଥିଲେ।
ଗ୍ରାମବାସୀ ପ୍ରତିବାଦ କରିବାରୁ ଗୃହରକ୍ଷୀ ଜଣକ ଛାଡି ପଳାଇଯାଇଥିଲେ। ମାଡ଼ ମାରିଥିବା ଯୁବକ ଜଣକ ତୁମ୍ବର୍ଲା ଫାଣ୍ଡିର ଗୃହ ରକ୍ଷୀ ପିଣ୍ଟୁ ବାବୁ ବୋଲି ଜଣାପଡିବା ପରେ ମଇଦଲପୁର ଫାଣ୍ଡିରେ ତାଙ୍କ ନାମରେ ଏତଲା ଦେଇଛନ୍ତି ଜଗବନ୍ଧୁ। ତୁମ୍ଭର୍ଲା ଫାଣ୍ଡି ଅଧିକାରୀ ରେଣୁ ପ୍ରଧାନ କହିଛନ୍ତି ଯେ ଆଜି କୌଣସି ଗାଡି ମଟର ଯାଞ୍ଚ ନ ଥୀଲା ଏବଂ ମୁଁ ଉପସ୍ଥିତ ନ ଥିଲି ଏଣୁ ମୁଁ ଏହି ବିଷୟରେ ଅବଗତ ନାହିଁ ବୋଲି ସୂଚନା ଦେଇଛନ୍ତି। ଜଗବନ୍ଧୁ କହିବା ଅନୁଯାଇ ନିକଟସ୍ଥ ଗାଁ ତୁମ୍ଭର୍ଲା ଏବଂ ଧନସୁଳି ମଝିରେ ଏକ ନିଛାଟିଆ ସ୍ଥାନରେ ବୁଲେଟରେ ଆସି ହାତମାରି ଅଟକାଇଥିଲେ କିନ୍ତୁ ନ ଅଟକିବାରୁ ଗୃହରଖି ଜଣେ ଏଭଳି କରିଥିଲେ କାରଣ ତାଙ୍କର ପୋଲିସ ପୋଷାକ ମଧ୍ୟ ପିନ୍ଦି ନଥିଲେ ଏଣୁ ମୁଁ ଗାଡିଟି ରଖିନଥିଲି। ଘଟଣା କୁ କେନ୍ଦ୍ର କରି ମଇଦଳପୁର ପାଣ୍ଠି ଠାରେ ଏକ ଲିଖିତ ଅଭିଯୋଗ କରିଛନ୍ତି।ଏନେଇ ପାଣ୍ଠି ଅଧିକାରୀ ଡି ଦେବି କୁମାର ଯୋଗାଯୋଗ କରିବାରୁ ସେ କହିଛନ୍ତି ଜେ ସେ ପାପଡାହାଣ୍ଡି ଥାନା ଅଧିକାରୀ ରାମେଶ୍ୱର ପ୍ରଧାନ କୁ ଜଣେଇଛନ୍ତି. ମଇଦଲପୁର ଅଂଚଳ ବାସୀ ଘଟଣାକୁ ନେଇ ଗୃହରକ୍ଷୀ ଙ୍କ କାର୍ଯ୍ୟକୁ ନିନ୍ଦା ବ୍ୟକ୍ତ କରିଛନ୍ତି।