ବ୍ରଜରାଜନଗର: ଝାରସୁଗୁଡ଼ା ଜିଲ୍ଲା ବନହରପାଲି ଓପିଜିସିରୁ ସୁନ୍ଦରଗଡ଼ ଜିଲ୍ଲାର ଏମସିଏଲ ପରିଚାଳିତ ମନୋହରପୁର ଖଣିକ୍ଷେତ୍ରକୁ ରେଲେଓ୍ଵ ଲାଇନ୍ ନିର୍ମାଣାଧୀନ ରହିଛି। ଏହା ଝାରସୁଗୁଡ଼ା ବ୍ଲକ୍ ରାଜପୁର ଓ ଚନ୍ଦନିମାଳ ପଞ୍ଚାୟତ ଦେଇ ଯାଇଛି। ରାସ୍ତାରେ ଗୌରମାଳ ଓ ଆମ୍ବଦରହ-ଚନ୍ଦନିମାଳ ଆରଓବି ନିର୍ମାଣ ସ୍ଥାନଟି ଏବେ ଶୋଚନୀୟ ହୋଇପଡ଼ିଥିବାରୁ ଯାତାୟତ ଅନୁପଯୋଗୀ ରହିଛି। ଠିକା କାମ କରୁଥିବା ସଂପୃକ୍ତ ସଂସ୍ଥାର ଅବହେଳା ଯୋଗୁଁ ସାମାନ୍ୟ ବର୍ଷା ହେଲେ ଆଣ୍ଠୁଏ କାଦୁଅ ସହ ଖାଲ ହେଉଥିବାରୁ ଯାତାୟାତରେ ବହୁ ଅସୁବିଧା ଭୋଗୁଛନ୍ତି ସାଧାରଣ ଜନତା। ଏପରିକି କୌଣସି ରୋଗୀଙ୍କୁ ଏହି ରାସ୍ତା ଦେଇ ଆମ୍ବୁଲାନ୍ସ ମାଧ୍ୟମୋର ନେବା ସମ୍ଭବ ହେବ ନାହିଁ। ଏହି ରାସ୍ତା ସୁନ୍ଦରଗଡ଼ ଜିଲ୍ଲାର ହେମଗିରକୁ ମଧ୍ୟ ସଂଯୋଗ କରୁଛି। ଚନ୍ଦନିମାଳରୁ କନ୍ଧାଗୁଡ଼ା ଦେଇ ସୁନ୍ଦରଗଡ଼ ଜିଲ୍ଲା ରତାଖଣ୍ଡକୁ ମଧ୍ୟ ସଂଯୋଗ ରହିଛି। ଯେଉଁଠାରେ ଅରଓବି ପାଇଁ ମାଟି ପଡ଼ିଛି ସେଠାରେ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଏଥିପ୍ରତି ଠିକା ସଂସ୍ଥା ଗୁରୁତ୍ୱ ଦେଉ ନଥିବା ଅଭିଯୋଗ ହେଉଛି। ଅସ୍ଥାୟୀ ରାସ୍ତାଗୁଡ଼ିକରେ ଚଳାଚଳ ସ୍ୱାଭାବିକ କରିବା ପାଇଁ ସଂପୂର୍ଣ୍ଣ ଅଣଦେଖା କରାଯାଉଛି। ଏପରିିକି ଛାତ୍ରଛାତ୍ରୀମାନେ ମଧ୍ୟ ଏହି ରାସ୍ତାରେ ଯିବା ଆସିବାରେ ଅସୁବିଧା ଭୋଗୁଛନ୍ତି। ବିଭିନ୍ନ ସମୟରେ ବିଶେଷ କରି ସାଇକଲ ଦୁର୍ଘଟଣା ହେବାର ନଜିର ରହିଛି। ଏଥିପ୍ରତି ସଂପୃକ୍ତ କର୍ତୃପକ୍ଷ ଆବଶ୍ୟପ ପଦକ୍ଷେପ ନେବା ଜରୁରୀ ରହିଛି। ନ ହେଲେ ଆଗାମୀ ଦିନରେ ଜନସାଧାରଣଙ୍କ ମଧ୍ୟରେ ରହିଥିବା ଅସନ୍ତୋଷ ଏକ ବଡ଼ ଧରଣର ଆନ୍ଦୋଳନକୁ ରୂପ ଦେଇପାରେ ବୋଲି ଆଲୋଚନା ହେଉଛି।
ରେଲେଓ୍ଵ ପାଇଁ ରାସ୍ତା ଶୋଚନୀୟ
/sambad/media/post_attachments/wp-content/uploads/2017/09/jharsuguda.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)