ବ୍ୟାସନଗର: ବ୍ୟାସନଗର ପୌରାଞ୍ଚଳ ୱାର୍ଡ ନମ୍ବର ୧ ରେ ନିର୍ମାଣାଧୀନ ଇଣ୍ଡିଆନ୍ କଣ୍ଟେନର କର୍ପୋରେସନ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ପ୍ରସ୍ତାବିତ ପ୍ରକଳ୍ପ ପାଇଁ ଇପିକଲ ଓ ଇଡକଲ ୬୫ ଏକର ଜମି ଯୋଗାଇ ଦେଇଛନ୍ତି। ଇପିକଲର ୫୦ ଡେସିମିଲି ଜାଗାକୁ ଯୋଡ଼ାବର ଗ୍ରାମର ବିଦ୍ୟାଧର ବିଶ୍ଵାଳ ଜବରଦଖଲ କରିଥିଲେ। ଏନେଇ ତହସିଲ କାର୍ଯ୍ୟାଳୟରେ ଅଭିଯୋଗ ହୋଇଥିଲା। ଏହି ଜାଗାକୁ ଉଚ୍ଛେଦ କରିବା ପାଇଁ ଜବରଦଖଲକାରୀ ବିଦ୍ୟାଧରଙ୍କୁ ନୋଟିସ ଜାରି କରାଯାଇଥିଲା। ଏହି ଜମିରେ ଶ୍ରୀ ବିଶ୍ଵାଳ ବିଭିନ୍ନ କିସମର ବୃକ୍ଷ ରୋପଣ କରିଛନ୍ତି। ଆଜି ଉଚ୍ଛେଦ ସମୟରେ ଜମିରେ ବୃକ୍ଷରୋପଣ କରିଥିବା ବାବଦକୁ କ୍ଷତିପୂରଣ ଦାବି କରିଥିଲେ।
ଅତିରିକ୍ତ ତହସିଲଦାର ବିକ୍ରମ ମଲ୍ଲିକ, ଇପିକଲ ଜମି ଅଧିଗ୍ରହଣ ଅଧିକାରୀ ଜିତେନ୍ଦ୍ରିୟ ଦାଶ, ଥାନା ଅଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ, ‘କଙ୍କର’ ଅଧିକାରୀ ଡିକେ ରାୟ, ଫରେଷ୍ଟର ଜ୍ୟୋତି ରଞ୍ଜନ ମହାପାତ୍ର, ରାଜସ୍ୱ ପରିଦର୍ଶକ ଗୌରାଙ୍ଗ ଚନ୍ଦ୍ର ଶତପଥୀ, ଆର୍ଆଇ କାଟେ ପୂର୍ତ୍ତି, କାଉନସିଲର ବିଜୟ ଜେନା, ସାଇଟ୍ ଇନଚାର୍ଜ ପଙ୍କଜ ମନୋହରୀ ଯୋଗଦେଇ ଆଲୋଚନା କରିଥିଲେ। ପରେ ରକ୍ଷଣାବେକ୍ଷଣ ବାବଦକୁ ୧ ଲକ୍ଷ ଟଙ୍କା ତାଙ୍କୁ ପ୍ରଦାନ କରାଯାଇ ଜବରଦଖଲ ଉଚ୍ଛେଦ କରି କମ୍ପାନିକୁ ଜମି ହସ୍ତାନ୍ତର କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/22-10.jpg)