ଛତିଆରେ ଜବରଦଖଲ ଉଚ୍ଛେଦ, ମାଟିରେ ମିଶିଲା ଆବାସ

ଘଟଗାଁ : ଛତିଆ ଗ୍ରାମରେ ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ କରାଯାଇଛି। ତରା ରାଜସ୍ୱ ସର୍କଲ ଅଧୀନ ସାନ୍ତରାପୁର ପଞ୍ଚାୟତ ଛତିଆ ଗ୍ରାମରେ ଏକ ସର୍ବସାଧାରଣ ଛକ ଉପରେ ସରକାରୀ ଜାଗାକୁ ଗ୍ରାମର ଜୟନ୍ତୀ ସିଂ ଦୀର୍ଘଦିନ ଧରି ଜବରଦଖଲରେ ରଖିବା ସହିତ ସେଠାରେ ଏକ ପ୍ରଧାନମନ୍ତ୍ରୀ ଆବାସ ଗୃହ ନିର୍ମାଣ କରିଥିଲେ। ଏନେଇ ଗ୍ରାମବାସୀ ଘଟଗାଁ ତହସିଲଦାରଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ।

ବୁଧବାର ଘଟଗାଁ ତହସିଲଦାର ଜନକ କୁମାର ନାୟକ, କନିଷ୍ଠ ସହକାରୀ ରାଜସ୍ୱ ଅଧିକାରୀ ନାରାୟଣ ପଲେଇ, ତରା ରାଜସ୍ୱ ନିରୀକ୍ଷକ ଦୀପ୍ତିମୟୀ ସାହୁ, ଅତିରିକ୍ତ ରାଜସ୍ୱ ନିରୀକ୍ଷକ ବୁଲୁ ମହାରଣା, ଅମିନ ରବି ନାୟକ ପ୍ରମୁଖ ଘଟଗାଁ ଆଇଆଇସି ପ୍ରତିଭା  ମଞ୍ଜରୀ ସାହୁ ସଦଳବଳେ ପହଞ୍ଚି ଜବରଦଖଲ ଉଚ୍ଛେଦ କରିଥିଲେ। ସ୍ଥାନୀୟ ସରପଞ୍ଚ ଅନାଦି ଚରଣ ସିଂ, ସମିତି ସଭ୍ୟ କାର୍ତିକ ସିଂଙ୍କ ସମେତ ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ।

ଘଟଗାଁ ତହସିଲ ଅଞ୍ଚଳରେ ମାଳମାଳ ସରକାରୀ ଜାଗା ଲୋକଙ୍କ ଦ୍ୱାରା ଜବରଦଖଲରେ ରହିଥିବା ବେଳେ ଘଟଗାଁ ରାଜସ୍ୱ ବିଭାଗ ଅନ୍ତର୍ଗତ ସେହି ତରା ରାଜସ୍ୱ ସର୍କଲ ଅଧୀନ ତରା ପଞ୍ଚାୟତ ନାକଝରି ଗ୍ରାମ ସୀମା ଧୂଳିଗଡ଼ ମୌଜାର ଖାତା ନମ୍ବର୨୦ ରେ ପ୍ଲଟ ନମ୍ବର ୩ ଅନ୍ତର୍ଭୁକ୍ତ ରଖିତ ଜମି ରୁ ୨ ଏକର ୨୦ ଡିସିମିଲ ଜଙ୍ଗଲ କିସମର ଜମି ଓ ୩ଏକର ୮୫ ଡ଼ିସିମିଲ ଗୋଦାଣ୍ଡି ଗୋଚର କିସମ ଜମିକୁ ଗ୍ରାମର କିଛି ନ୍ୟସ୍ତ ସ୍ଵର୍ଥ୍ୟ ବ୍ୟକ୍ତି ବେଆଇନ ଜବରଦଖଲ କରି ବାହାର ଲୋକଙ୍କୁ ବିକ୍ରି କରିଦେଉଥିବା ଭଳି ଅଭିଯୋଗ ନାକଝରି ଗ୍ରାମର ବରିଷ୍ଠ ନାଗରିକ ପଦ୍ମଲୋଚନ ବଳ ଓ କିଛି ଗ୍ରାମବାସୀ ତହସିଲଦାରଙ୍କ ନିକଟରେ କରିଛନ୍ତି।

ସମ୍ବନ୍ଧିତ ଖବର