ଓଡ଼ିଆ ବିଶ୍ବବିଦ୍ୟାଳୟ ପାଇଁ ଜବରଦଖଲ ଉଚ୍ଛେଦ ଆରମ୍ଭ

ସାକ୍ଷୀଗୋପାଳ : ସତ୍ୟବାଦୀ ବକୁଳବନ ପରିସରରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ନିର୍ମାଣ କାର୍ଯ୍ୟ ଜୋର୍‌ ଧରିଛି। ସାକ୍ଷୀଗୋପାଳ ମନ୍ଦିର ପ୍ରଶାସନ ନିକଟରୁ ବିଶ୍ବବିଦ୍ୟାଳୟ ପାଇଁ କ୍ରୟ ହୋଇଥିବା ଜମିରୁ ଆଜି ସତ୍ୟବାଦୀ ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ ଆରମ୍ଭ କରିଛି।

ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ବିଳମ୍ବ ହେଉଥିବାରୁ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ବିଶ୍ୱବିଦ୍ୟାଳୟ ପାଇଁ ଅଧିଗ୍ରହଣ କରାଯାଇଥିବା ୯ ଏକର ୬୦ ଡେସିମିଲ ଜମିରୁ ପ୍ଲଟ୍‌ ନମ୍ବର ୬୫ରେ ଥିବା ତିନି ପରିବାର ବିଜୟ ନାୟକ, ଫଇଜୁ ଖାଁ ଓ ଖଇଜୁ ଖାଁଙ୍କ ଘର ଉଚ୍ଛେଦ ଆରମ୍ଭ ପୂର୍ବରୁ ପ୍ରଥମେ ଥଇଥାନ କରିବାକୁ ସମ୍ପୃକ୍ତ ପରିବାରଗୁଡ଼ିକ ସତ୍ୟବାଦୀ ତହସିଲଦାରଙ୍କୁ ଅନୁରୋଧ କରିଥିଲେ। ତହସିଲଦାର ଜୟନ୍ତ କୁମାର ଜୟସିଂହ କ୍ଷତିଗ୍ରସ୍ତ ପରିବାରରଙ୍କ ସହ ଆଲୋଚନା କରି ସେମାନଙ୍କୁ ଥଇଥାନ ପାଇଁ ଜମି ଯୋଗାଇ ଦିଆଯିବା ସହ ୪ରୁ ୬ ମାସ ମଧ୍ୟରେ ଜମିର ରେକର୍ଡ ପ୍ରସ୍ତୁତ କରି ଦିଆଯିବ ବୋଲି କହିଛନ୍ତି। ଏହାପରେ ଉଚ୍ଛେଦ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି। ଆଜିର ଉଚ୍ଛେଦ କାର୍ଯ୍ୟକ୍ରମରେ ତହସିଲଦାର ଜୟନ୍ତ କୁମାର ଜୟସିଂହ, ଅତିରିକ୍ତ ତହସିଲଦାର ସନ୍ତୋଷ କୁମାର ପାଣିଗ୍ରାହୀ, ଆରକ୍ଷୀ ନିରୀକ୍ଷକ ବିଜୟକେତନ ବେହେରା, ଏଏସ୍‌ଆଇ କୃଷ୍ଣଚନ୍ଦ୍ର ବେହେରା, ରାଜସ୍ବ ନିରୀକ୍ଷକ ଶ୍ୟାମସୁନ୍ଦର ପୂର୍ତ୍ତି, ତହସିଲ ସୁପର୍‌ଭାଇଜର ମୋନାଲିସା ବରାଳ ପ୍ରମୁଖ ଉପସ୍ଥିତ ଥିଲେ। ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ଏକ ପ୍ଲାଟୁନ୍‌ ସଶସ୍ତ୍ର ପୁଲିସ ମୁତୟନ ହୋଇଥିଲେ।

ସମ୍ବନ୍ଧିତ ଖବର