ଭଦ୍ରକ: ଶେଷରେ ବନ୍ତଛକରୁ ହଟିଛି ଜବରଦଖଲ। ଦୀର୍ଘ୍ୟଦିନ ଧରି ଭଦ୍ରକର ମୁଖଶାଳା କୁହାଯାଉଥିବା ବନ୍ତଛକର  ଉଭୟ ରାସ୍ତା ପାର୍ଶ୍ବକୁ ଜବରଦଖଲକରି କିଛି ଦୋକାନୀ କବ୍ଜା କରି  ନେଇଥିଲେ। ଏହାଦ୍ବାରା ସହରର ରାସ୍ତା ଘାଟ ସଂକୁଚିତ ହୋଇଯାଇଥିଲା। ପ୍ରଶାସନ ପକ୍ଷରୁ ବାରଂବାର ଏହି ଉଠା ଦୋକାନୀଙ୍କୁ ଉଠାଇବା ପାଇଁ  ନୋଟିସ୍ ଜାରି କରାଯାଇଥିଲା। ଏହା ଭିତରେ ୩ ଥର ପ୍ରଶାସନ ପକ୍ଷରୁ ଜବରଦଖଲ ଉଠାଇବା ପାଇଁ ଯୋଜନା କରାଯାଇ ବିଫଳ ହେବାକୁ ପଡିଥିଲା ଆଜି ପ୍ରଶାସନ ପକ୍ଷରୁ  ଜବରଦଖଲ  ହାଟାଇବା ପାଇଁ ଯୋଜନାବଦ୍ଧ ଭାବେ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଗତକାଲି ମାଇକ୍ ରେ ପ୍ରଚାର କରାଯାଇଥିଲା।

Advertisment

ରାସ୍ତା କଡରୁ  ନିଜ ନିଜ ଦୋକାନ ଉଠାଇ ନେବା ପାଇଁ । ମାତ୍ର ପ୍ରଶାସନର ଏଇ ‌ ଘୋଷଣା ପରେ ମଧ୍ୟ ଉଠା ଦୋକାନୀମାନେ ସେମାନଙ୍କର ଦୋକାନ ଉଠାଇ ନଥିଲେ। ଶେଷରେ ପୁଲିସ ଓ ପ୍ରଶାସନର ମିଳିତ  ଉଦ୍ୟମରେ  ବନ୍ତଛକର ଉଭୟ ପାର୍ଶ୍ବରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା  କାର୍ଯ୍ୟ ଆଜି ସକାଳୁ ଆରମ୍ଭ ହୋଇଥିଲା। ଏଥିପାଇଁ  ୫ ଟି ବୋଲଡୋଜର ଲଗାଯାଇଥିଲା।  ବୋଲଡୋଜର  ସାହାର୍ଯ୍ୟରେ ଦୋକାନ ଭଙ୍ଗା କାର୍ଯ୍ୟ  ଚାଲୁଥିବା ବେଳେ  ଏହାକୁ  ବିରୋଧ କରାଯାଇଥିଲା। ଏଇ ବିରୋଧ ବେଳେ ପୁଲିସ ଓ ବିରୋଧକାରୀଙ୍କ ମଧ୍ୟରେ ଧସ୍ତା ଧସ୍ତି  ପରିସ୍ଥିତି ସୃଷ୍ଟି ହୋଇଥିଲା। ଘଟଣାସ୍ଥଳରୁ  ସିପିଆଇଏମ ନେତା ଚନ୍ଦ୍ରଶେଖର ନାକୟ, ବିକାଶ ନାଥ, ସେକ୍  ଗୋଲାମ  ଏହି  ୩ ଜଣଙ୍କୁ  ପୁଲିସ ଉଠାଇ ନେଇ  ଚରମ୍ପାର ପୁଲିସ ବ୍ୟାରେକ୍ ରେ ଅଟକ ରଖିଛି । ଉଚ୍ଛେଦ ବେଳେ ପ୍ରବଳ ଉତ୍ତେଜନା ଦେଖା ଦେବାରୁ ଘଟଣା ସ୍ଥଳରେ ୨ ଜଣ  ମାଜିଷ୍ଟ୍ରେଟ ଓ ୨୦ରୁ ଉର୍ଦ୍ଧ୍ବ ପୁଲିସ ଅଧିକାରୀ ଓ  ୨  ପ୍ଲାଟୁନ୍  ଫୋର୍ସ ମୁତୟନ କରାଯାଇଥିଲା। ପରିସ୍ଥିତି ଅଧିକ ଉତ୍ତେଜନା ପ୍ରବଣ ହେବାରୁ ଶେଷରେ ବାଧ୍ୟ ହୋଇ ପ୍ରଶାସନ ଉପଜିଲ୍ଲାପାଳ ମନୋଜ କୁମାର ପାତ୍ର ୧୪୪ ଧାରା ଜାରି କରିଥିଲେ। ଆଜି ଦିନ ୧୧ ଟାରୁ  ସହରର ବନ୍ତ ଛକ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି । ଆସନ୍ତାକାଲି  ସକାଳ ୮ଟା ପର୍ଯ୍ୟନ୍ତ ଏହା ବଳବତ୍ତର ରହିଥିବା  ନେଇ ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି।

ସହରରେ ବୁଲିଲା ୫ ବୋଲଡୋଜର

ବିରୋଧକାରୀଙ୍କୁ ଉଠାଇ ନେଲା ପୁଲିସ

ବନ୍ତ ଛକରେ ୧୪୪ ଧାରା ଜାରି

ଭଦ୍ରକର ବନ୍ତଛକର  ଭୁବନେଶ୍ବରର ବସ୍ ଷ୍ଟପ୍ ଓ  ବାଲେଶ୍ବର ବସ୍ ଷ୍ଟପ୍ ର ଉଭୟ ପାର୍ଶ୍ବରେ ପ୍ରାୟ ୧୫୦ ରୁ ଉର୍ଦ୍ଧ୍ବ ଉଠା ଦୋକାନୀକୁ ଉଠାଇ ଦିଆଯାଇଛି। ବନ୍ତଛକରୁ ନେହେରୁ ଷ୍ଟାଡିୟମ ଛକ ପର୍ଯ୍ୟନ୍ତ ସମସ୍ତ ଉଠା ଦୋକାନୀଙ୍କୁ ହଟାଇ ଦିଆଯାଇଥିବା ବେଳେ ବନ୍ତଛକରୁ ଭଦ୍ରକ  କଲେଜ ରୋଡ ପର୍ଯ୍ୟନ୍ତ ସମସ୍ତ ଉଠା  ଦୋକାନୀଙ୍କୁ ହଟାଇ ଦିଆଯାଇଛି। ସେହିପରି  ବନ୍ତଛକରୁ ଆରଡି ଛକ  ବସ୍ ଷ୍ଟପ୍ ପାର୍ଶ୍ବ ଦେଇ ମହାତାବ ଛକ ପର୍ଯ୍ୟନ୍ତ ରାସ୍ତା ପାର୍ଶ୍ବର ସମସ୍ତ ଉଠା ଦୋକାନୀଙ୍କୁ ଉଠାଇ  ଦିଆଯାଇଛି। ସେହିପରି ମାଛ ମାର୍କେଟ  ଠାରୁ  ଭୁବନେଶ୍ବର ବସ୍ ଷ୍ଟପ୍  ପର୍ଯ୍ୟନ୍ତ  ଉଭୟ ପାର୍ଶ୍ବର  ସମସ୍ତ  ଉଠା ଦୋକାନୀଙ୍କୁ ବୋଲଡୋଜର ଲଗାଇ  ଉଠାଇ ଦିଆଯାଇଛି।

publive-image

ଆଜିର ଏଇ ଉଚ୍ଛେଦ  ଅଭିଯାନ ବେଳେ ଭଦ୍ରକ ତହସିଲଦାର  ମଧୁସୂଦନ  ନାୟକ ଓ  ତିହିଡି ତହସିଲଦାର ପ୍ରତ୍ବିକ୍ କୁମାର  ଦାସ  ମାଜିଷ୍ଟ୍ରଟ୍  ଭାବେ  ଉପସ୍ଥିତ ରହିଥିବାବେଳେ ଭଦ୍ରକର  ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଜତିନ୍ କୁମାର ପଣ୍ଡା, ସଦର ଏସଡିପିଓ  ପ୍ରଭାସ ପାଲ୍, ଭଦ୍ରକ ଟାଉନ ଆଇଆଇସି ଉମାଶଙ୍କର ନାୟକ,  ଗ୍ରାମାଞ୍ଚଳ ଥାନା ଆଇଆଇସି  ମୃତ୍ୟୁଂଜୟ ପ୍ରଧାନ, ପୁରୁଣାବଜାର ଥାନା  ଆଇଆଇସି ଆଲୋକ  କୁମାର ଜେନାଙ୍କ  ସମେତ ୨୦ ରୁ ଉର୍ଦ୍ଧ୍ବ ପୁଲିସ ଅଧିକରୀ  ଉପସ୍ଥିତ ରହି ଉଚ୍ଛେଦ  ଅଭିଯାନରେ ସହଯୋଗ କରିବା ସହ ଶାନ୍ତି ଶୃଙ୍ଗଳା ରକ୍ଷା କରିବାରାରେ ସହଯୋଗ କରିଥିଲେ।  ଆଜିର ଏଇ ଉଚ୍ଛେଦ ପ୍ରକ୍ରିୟା ପରେ ବନ୍ତଛକ ଜବରଦଖଲ ମୁକ୍ତ ହୋଇଛି।  ୧୬ ନମ୍ବର ଜାତୀୟ ରାଜପଥ କତ୍ତୃପକ୍ଷଙ୍କ ପକ୍ଷରୁ ରାସ୍ତା ସଂପ୍ରସାରଣ କରାଯାଉଥିବା  ଭଦ୍ରକର  ଉଭୟ ପାର୍ଶ୍ବ ରାସ୍ତାର ସର୍ଭିସ ରୋଡକୁ ସଂପ୍ରସାରଣ କରାଯାଇ ସର୍ବସାଧାରଣ ଲୋକଙ୍କର ଗମନା ଗମନର ସୁବିଧା କରାଯିବାକୁ  ନିଷ୍ପତ୍ତି ନିଆଯାଇଛି। ଆଜିର ଏଇ  ଜବରଦଖଲ ଉଚ୍ଛେଦ ଭଦ୍ରକ ଜିଲ୍ଲା ପ୍ରଶାସନର ଏକ ବଡ ସଫଳତା ବୋଲି ଭଦ୍ରକର ସାଧାରଣ ନାଗରିକ ଓ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।