୧୦ ଲକ୍ଷ ଟଙ୍କାର ବିଦେଶୀ କୋଇଲା ଜବତ : ଧାମରା ପୋର୍ଟରୁ ଚୋରାରେ ଆସି ହେଉଥିଲା ଚାଲାଣ, ୨ ଟ୍ରକ ଜବତ; ଦୁଇ ଗିରଫ

ରାଜନଗର : ବାହାର ଦେଶରୁ ଜାହାଜରେ ଆସୁଥିବା ମୂଲ୍ୟବାନ ବିଦେଶୀ କୋଇଲାକୁ ଚୋରାରେ ଆଣି ଜଗତପୁର, ଚୌଦ୍ବାର ଚାଲାଣ କରାଯାଉଥିଲା। ରାଜନଗର ଓ ତାଳଚୁଆ ସାମୁଦ୍ରିକ ପୁଲିସ ଗୋଟିଏ ଦିନରେ ୨ଟି ସ୍ଥାନରୁ ୨ଟି ଟ୍ରକରେ ବୋଝେଇ ହୋଇଥିବା ୮ଶହ ବସ୍ତା କୋଇଲା ଜବତ କରିଛି। ଥାନାରେ ଦୁଇଟି ମାମଲା ରୁଜୁ ହୋଇଥିବା ବେଳେ ୨ ଟ୍ରକ ଡ୍ରାଇଭରଙ୍କୁ ଗିରଫ କରାଯାଇଛି। ଜବତ ୪୦୦ବସ୍ତା କୋଇଲାର ବଜାର ମୂଲ୍ୟ ୧୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି। ଗତକାଲି ରାତିରେ ନିର୍ବାଚନ ପାଇଁ ପୁଲିସ ପାଟ୍ରୋଲି˚ ବେଳେ ରାଜନଗର ପୁଲିସ ରାଜନଗର ମା’ତାରିଣୀ ମନ୍ଦିର ନିକଟରୁ ଏକ ୧୦ ଚକିଆ କୋଇଲା ବୋଝେଇ (ଓଆର-୦୯-ଏଲ୍‌-୦୦୨୫)ଟ୍ରକକୁ ଜବତ କରିଥିଲା। ଜବତ ଟ୍ରକକୁ ଥାନାକୁ ନେଇ ପଚରାଉଚରା ବେଳେ ଗାଡ଼ି ଡ୍ରାଇଭର କଟକ ଜିଲ୍ଲା ଖୁଣ୍ଟୁଣୀ ଅ˚ଚଳର ନିଲୁ ନାୟକ ପୁଲିସକୁ କହିଥିଲା ଯେ, ଧାମରାରୁ ଚୋରା କୋଇଲା ଜଳପଥରେ ଆସି ଖୋଳା ନିକଟରେ ଓହ୍ଲାଇଥିଲା। ସେଠାରୁ ଟ୍ରକରେ ବୋଝେଇ ହୋଇ ଜଗତପୁର ଯାଉଥିଲା।

ରାଜନଗର ପୁଲିସ ଜବତ ଟ୍ରକରୁ ୫୦ କେଜିଆ ୪୦୦ ବସ୍ତା ଗୁଣ୍ତ କୋଇଲା ଜବତ କରି ନିଲୁଙ୍କୁ ଗିରଫ କରିଛି। ସେହିପରି ତାଳଚୁଆ ସାମୁଦ୍ରିକ ଥାନା ପୁଲିସ ପାଟ୍ରୋଲି˚ ବେଳେ ଗତକାଲି ଭୋର ୪ଟାରେ ଖୋଳା ନିକଟରେ ବୈତରଣୀ ନଦୀପଠାରେ କୋଇଲା ବୋଝେଇ କରୁଥିବା ଏକ ଟ୍ରକ(ଓଆର-୦୫-ଏଏନ୍‌-୨୮୭୫) ଜବତ କରିଥିଲେ। ଟ୍ରକରେ ଲୋଡ ହୋଇଥିବା କୋଇଲାକୁ ଥାନାକୁ ନେଇଥିଲେ। ଟ୍ରକରେ ବୋଝେଇ ହୋଇଥିବା ଓ ନଦୀ ପଠାରେ ମୋଟର ୪୦୦ ବସ୍ତା ଅର୍ଥାତ ୨ସହ କୁଇ˚ଟାଲ କୋଇଲା ଥିବା ଜଣାପଡିଛି। ତାଳଚୁଆ ସାମୁଦ୍ରିକ ଥାନାରେ ମାମଲା ରୁଜୁ ହେବା ସହ ପୁଲିସ ଢେଙ୍କାନାଳ ଅ˚ଚଳର ଗାଡି ଡ୍ରାଇଭର ଯଶୋବନ୍ତ ସେଠୀଙ୍କୁ ଗିରଫ କରିଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଖୁଣ୍ଟୁଣୀ ଅ˚ଚଳର ଜଣେ ଚୋରା କୋଇଲା ବ୍ୟବସାୟୀ ଏହି କୋଇଲା କଳାବଜାରୀ କରିଥାନ୍ତି। ଏହାର ବଜାର ମୂଲ୍ୟ କୁଇଣ୍ଟାଲ ପ୍ରତି ଅଢେଇ ହଜାର ଟଙ୍କାରୁ ଅଧିକ ବୋଲି ଜଣାପଡିଛି।

ଏହି ବିଦେଶୀ କୋଇଲା ଜାହାଜରେ ଧାମରା ବନ୍ଦରକୁ ଆସିଥାଏ। ଧାମରାରୁ ଟ୍ରେନ ଯୋଗେ ତାଳଚେର ଓ ଅନ୍ୟ ସ୍ଥାନକୁ ଯାଇଥାଏ। ଟ୍ରେନ ଯୋଗେ କୋଇଲା ଯିବା ସମୟରେ ସେଠାକାର ସ୍ଥାନୀୟ ଲୋକେ କୋଇଲା ଚୋରି କରିଥାନ୍ତି। ଚୋରା କୋଇଲା ବେପାରୀ ସେମାନଙ୍କଠାରୁ ୩ଶହରୁ ୪ଶହ ଟଙ୍କାରେ ଏହି ଗୁଣ୍ତ କୋଇଲା କିଣିଥାନ୍ତି। ଧାମରାରୁ ଜଳପଥରେ ବୋଟ ଯୋଗେ କୋଇଲା ରାଜନଗର ଅ˚ଚଳକୁ ଆସିଥାଏ। ରାଜନଗର ଅ˚ଚଳର ବ୍ରାହ୍ମଣୀ ଓ ବୈତରଣୀ ନଦୀ ପଠାରେ କୋଇଲା ଅନଲୋଡ କରାଯାଇଥାଏ। ନଦୀପଠାରୁ ରାତିରେ ଟ୍ରକରେ ଲୋଡ କରାଯାଇ ପାରାଦୀପ, ଚୌଦ୍ବାର ଓ ଜଗତପୁର ଚାଲାଣ କରାଯାଇଥାଏ।

ସମ୍ବନ୍ଧିତ ଖବର