ଓଡ଼ିଶାରେ ବ୍ୟବସାୟ ପାଇଁ ବିଦେଶୀ ଉଦ୍ୟୋଗୀ ଆଗ୍ରହୀ

ଭୁବନେଶ୍ୱର : ରାଜ୍ୟରେ ବ୍ୟବସାୟ ପାଇଁ ଜର୍ମାନୀ, ଦକ୍ଷିଣ କୋରିଆ, ଇରାନ, ବାଂଲାଦେଶରୁ ଆସିଥିବା ଉଦ୍ୟୋଗୀମାନେ ଆଗ୍ରହ ପ୍ରକାଶ କରିଛନ୍ତି। ବିଶେଷ କରି ସାମୁଦ୍ରିକ ମତ୍ସ୍ୟ, ଖାଦ୍ୟ ପ୍ରକ୍ରିୟାକରଣ, କୁକୁଡ଼ା ଚାଷ, ଆଧୁନିକ ବୈଷୟିକ ଜ୍ଞାନକୌଶଳ, ସଫ୍ଟେଓ୍ଵର ଆଦି କ୍ଷେତ୍ରରେ ସେମାନେ ସହଭାଗୀ ହୋଇ କାମ କରିପାରିବେ। ଏ ନେଇ ଆଗାମୀ ୩ ଦିନ ମଧ୍ୟରେ ଆବଶ୍ୟକ ପଦକ୍ଷେପ ନେବାକୁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଲକ୍ଷ୍ମୀନାରାୟଣ ଗୁପ୍ତାଙ୍କୁ ନିର୍ଦେଶ ଦେଇଛନ୍ତି। ଆଜି ସଚିବାଳୟରେ ବିଦେଶୀ ପ୍ରତିନିଧିମାନଙ୍କ ସହିତ ସରକାର-ବ୍ୟବସାୟିକ ଆଲୋଚନା (ଜି-୨-ବି) ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧିତ ଖବର