ବିଦେଶୀ ଦମ୍ପତିଙ୍କୁ କରୋନା ସନ୍ଦେହ ଘଟଣା : ପ୍ରାଥମିକ ପରୀକ୍ଷା ପରେ ଘରକୁ ଫେରାଇଦେଲେ ଡାକ୍ତର

ରିପୋର୍ଟ ଆସିବା ଯାଏ ଅଲଗା ରହିବାକୁ ପରାମର୍ଶ

ବଲାଙ୍ଗୀର : ଏକ ସାମାଜିକ କାମରେ ଯୋଗଦେବା ପାଇଁ କାନାଡ଼ାରୁ ଟିଟିଲାଗଡ଼ ଆସିଥିବା ବିଦେଶୀ ଦମ୍ପତିଙ୍କୁ କରୋନା ଆକ୍ରାନ୍ତ ବୋଲି ସନ୍ଦେହ କରାଯାଇଥିଲା। ଶୁକ୍ରବାର ଉଭୟଙ୍କୁ ପ୍ରଥମେ ଟିଟିଲାଗଡ଼ ଉପଖଣ୍ଡ ଡାକ୍ତରଖାନାକୁ ନିଆଯାଇଥିଲା। ପରେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସଂଧ୍ୟାରେ ବଲାଙ୍ଗୀରରେ ଆଇସୋଲେସନ ୱାର୍ଡରେ ଭର୍ତ୍ତି କରି ଏକ ସ୍ବତନ୍ତ୍ର ଡାକ୍ତରୀଦଳ ପରୀକ୍ଷା ଆରମ୍ଭ କରିଥିଲେ। ଉଭୟଙ୍କ ସ୍ବାବ୍‌ ଓ ରକ୍ତ ନମୁନା ପରୀକ୍ଷା ପାଇଁ ଭୁବନେଶ୍ବର ପଠାଯାଇଛି। ତେବେ ଉଭୟଙ୍କ ମଧ୍ୟରେ କରୋନାର ଲକ୍ଷଣ ପରିଲକ୍ଷିତ ହୋଇନାହିଁ। ତେଣୁ ସେମାନଙ୍କୁ ରିପୋର୍ଟ ଆସିବା ପର୍ଯ୍ୟନ୍ତ ଟିଟିଲାଗଡ଼ ଘରେ ରହିବାକୁ କୁହାଯାଇଛି। ତେବେ ଉଭୟ ଘରେ ମଧ୍ୟ ଅନ୍ୟମାନଙ୍କଠାରୁ ଅଲଗା ରହିବାକୁ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧିତ ଖବର