ସଟର୍‌ କାଟି ବିଦେଶୀ ମଦ ଦୋକାନରୁ ଟଙ୍କା ଓ ମଦ ଚୋରି

କୋଣାର୍କ: ଗୁରୁବାର ବିଳମ୍ବିତ ରାତ୍ରୀରେ ସରକାରୀ ଲାଇସେନ୍‌ସ୍‌ ପ୍ରାପ୍ତ ଗୋଟାଏ ବିଦେଶୀ ମଦ ଦୋକାନର ସଟର୍‌ କାଟି ଦୁର୍ବୃତ୍ତମାନେ ନଗଦ ଟଙ୍କା ଓ ଦାମିକା ମଦ ଚୋରାଇ ନେଇଛନ୍ତି।

ଗତରାତିରେ ନିରବଚ୍ଛିନ୍ନ ବର୍ଷା ବର୍ଷୁଥିବା ବେଳେ ଚୋରମାନେ ଦୋକାନକୁ ଟଣାଯାଇଥିବା ବିଜୁଳି ସର୍ଭିସ୍‌ ତାରକୁ କାଟି ସେଥିରେ କଟର୍‌ ସଂଯୋଗ କରିବା ପରେ ସଟର୍‌ କାଟି ଭିତରେ ପଶିଥିଲେ। ଦୋକାନରେ ଥିବା ନଗଦ ପ୍ରାୟ ୭୦ ହଜାର ଟଙ୍କା ଏବଂ ୪୦ ହଜାର ଟଙ୍କା ମୂଲ୍ୟର ବିଦେଶୀ ମଦ ନେଇ ପଳାଇଛନ୍ତି।

ସେଠାରେ ଲାଗିଥିବା ସିସିଟିଭି କ୍ୟାମେରାର ହାର୍ଡ ଡିସ୍କ୍‌ଟିକୁ ମଧ୍ୟ ସେମାନେ ସାଥିରେ ନେଇ ପଳାଇଛନ୍ତି।
ଆଜି ସକାଳେ ଘଟଣା ଜଣାପଡ଼ିବା ପରେ ପୁଲିସ ସେ ଦୋକାନରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର