ପୁରୀ : ଶ୍ରୀମନ୍ଦିର ହୁଣ୍ଡିରୁ ପ୍ରଥମ ଥର ପାଇଁ ଆଜି ବିଦେଶୀ ମୁଦ୍ରା ମିଳିଛି। ଗାରଦ ଘରେ ହିସାବ ବେଳେ ଏହି ମୁଦ୍ରା ଦୃଷ୍ଟିକୁ ଆସିଥିଲା। ଗଣତି ବେଳେ ୨୦ ଡଲାରର ଅଷ୍ଟ୍ରେଲିଆ ମୁଦ୍ରା ଓ ୨୬ ଆମେରିକୀୟ ଡଲାର ମିଳିଥିଲା। ପୂର୍ବରୁ ଏଭଳି କୌଣସି ବିଦେଶୀ ମୁଦ୍ରା ମିଳିବା ନଜିର୍ ନଥିବାବେଳେ କିଏ ଏହି ବିଦେଶୀ ମୁଦ୍ରା ପକାଇଛି, ତାକୁ ନେଇ ଅନେକଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି। କୌଣସି ଏନ୍ଆର୍ଆଇ ଏହି ଟଙ୍କା ପକାଇ ପାରିଥାନ୍ତି ବୋଲି ଆଲୋଚନା ହେଉଛି। ସେପଟେ ଅଜାଣତରେ କୌଣସି ବିଦେଶୀ ଭକ୍ତ ଏହା ଭିତରେ ପଶି ଯାଇ ପାରିଥାନ୍ତି ବୋଲି ମଧ୍ୟ ସନ୍ଦେହକୁ ଏଡ଼ାଇ ଦିଆଯାଇ ନପାରେ। ଆଜିର ହୁଣ୍ଡିରୁ ୨ ଲକ୍ଷ ୬୯ ହଜାର ୯୧୨ ଦାନ ଟଙ୍କା ମିଳିଥିବାବେଳେ ୧୮.୪୪୦ ଗ୍ରାମ ସୁନା ଓ ୨୬.୯୨୦ ଗ୍ରାମ ରୁପା ମିଳିଛି।
ପ୍ରଥମ ଥର ଶ୍ରୀମନ୍ଦିର ହୁଣ୍ଡିରେ ବିଦେଶୀ ମୁଦ୍ରା
/sambad/media/post_attachments/wp-content/uploads/2018/05/jaga-2-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)