ରଥଯାତ୍ରାରେ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି

ପୁରୀ : ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପ୍ରତି ବିଦେଶୀ ପର୍ଯ୍ୟଟକଙ୍କ ଆକର୍ଷଣ ବଢ଼ୁଛି। କେବଳ ଭାରତ ନୁହେଁ, ଭାରତ ବାହାରେ ପ୍ରାୟ ୪୦ରୁ ଅଧିକ ଦେଶରେ ବର୍ତ୍ତମାନ ମହାପ୍ରଭୁଙ୍କ ରଥଯାତ୍ରା ଆୟୋଜିତ ହେଉଛି। ଫଳରେ ରଥଯାତ୍ରାର ଆକର୍ଷଣ ବଢିବାରେ ଲାଗିଛି। ପ୍ରତିବର୍ଷ ରଥଯାତ୍ରା ଦେଖିବା ଲାଗି ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ପର୍ଯ୍ୟଟକମାନେ ପୁରୀ ଆସୁଛନ୍ତି। ଶ୍ରୀଗୁଣ୍ଡିଚା, ବାହୁଡ଼ା ଓ ସୁନାବେଶ ଦେଖିବା ପରେ ବିଦେଶୀ ପର୍ଯ୍ୟଟକମାନେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ଚଳିତ ବର୍ଷ ରଥଯାତ୍ରା ଦେଖିବା ଲାଗି ବିଦେଶରୁ ୧୮୫ ଜଣ ପର୍ଯ୍ୟଟକ ଆସିଥିବା ଡିଆଇବି ପକ୍ଷରୁ ସୂଚନା ମିଳିଛି। ସେମାନଙ୍କ ମଧ୍ୟରୁ ଆମେରିକାରୁ ସର୍ବାଧିକ ପର୍ଯ୍ୟଟକ ଆସିଛନ୍ତି। ଆମେରିକା ବ୍ୟତୀତ ରୁଷ, କାନାଡା, ଚୀନ୍‌, ଜାପାନ, ଫ୍ରାନ୍‌ସ ସମେତ ପ୍ରାୟ ୨୫ଟି ଦେଶରୁ ପର୍ଯ୍ୟଟକ ପୁରୀକୁ ଆସିଛନ୍ତି। ଅନ୍ୟପକ୍ଷରେ ପୁରୀକୁ ଆସୁଥିବା ବିଦେଶୀ ପର୍ଯ୍ୟଟକମାନଙ୍କ ସଂପର୍କରେ ଜିଲ୍ଲା ପର୍ଯ୍ୟଟନ ବିଭାଗ ପାଖରେ କିଛି ବିସ୍ତୃତ ସୂଚନା ରହୁନାହିଁ।

ସମ୍ବନ୍ଧିତ ଖବର