କ୍ରୀଡ଼ା ପାଇଁ ବଢ଼ୁଛନ୍ତି ବିଦେଶୀ ପର୍ଯ୍ୟଟକ

ଭୁବନେଶ୍ବର : ରାଜ୍ୟରେ ଆନ୍ତର୍ଜାତିକ କ୍ରୀଡ଼ା ଉତ୍ସବ ଆୟୋଜନ ଯୋଗୁ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ୁଛି। ଗତ ଡିସେମ୍ବରରେ ହକି ବିଶ୍ବକପ୍‌ରେ ୧୬,୧୦୫ ଜଣ ବିଦେଶୀ ପର୍ଯ୍ୟଟକ ଓଡ଼ିଶା ଆସିଥିଲେ। ସେହିପରି ୨୦୧୭ ଜୁଲାଇରେ ହୋଇଥିବା ଏସିଆନ୍ ଗେମ୍‌ ବେଳେ ସେହି ମାସରେ ରାଜ୍ୟକୁ ୯,୨୮୯ ବିଦେଶୀ ପର୍ଯ୍ୟଟକ ଆସିଥିଲେ। ଆଜି ବିଧାନସଭାରେ କୈଳାସ ଚନ୍ଦ୍ର କୁଲେଶିକାଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଅ‌େଶାକ ଚନ୍ଦ୍ର ପଣ୍ଡା ଏହି ତଥ୍ୟ ଦେଇଛନ୍ତି।

ସମ୍ବନ୍ଧିତ ଖବର