ପୁରୀ : ଲକ୍‌ଡାଉନ୍‌ ଯୋଗୁ ନିଜ ଦେଶକୁ ଫେରିନପାରି ୧୩ ମାସ ହେଲା ଫସି ରହିଥିଲେ ବିଦେଶିନୀ ଇମା। ଗତବର୍ଷ ଜୁନ୍‌ ୮ ତାରିଖରୁ ସେ ଓଡ଼ିଶା ଭ୍ରମଣରେ ଆସିଥିଲେ ହେଁ ବାରମ୍ବାର ଲକ୍‌ଡାଉନ୍‌ ତାଙ୍କ ଫେରିବାର ବାଟ ବନ୍ଦ ହୋଇଯାଇଥିଲା। ତେଣୁ ସେ ପେଣ୍ଠକଟାର ଏକ ଲଜ୍‌ରେ ରହି ଆସୁଥିଲେ। ଏ ସମ୍ପର୍କରେ ଆସୋସିଏସନ୍‌ ଅଫ୍‌ ଟ୍ବିଟର ଆକ୍ଟିଭିଷ୍ଟର ସଦସ୍ୟମା‌ନେ ଖବର ପାଇବା ପରେ ସ୍ବେଚ୍ଛାସେବୀ ସତ୍ୟନାରାୟଣ ସାହୁ ଓ ଦେବରାଜ ଦାସଙ୍କ ଉଦ୍ୟମରେ ପୁରୀ ଏସ୍‌ପି ଡ. କେ.ବିଶାଳ ସିଂହଙ୍କ ସହ ଯୋଗସୂତ୍ର ସ୍ଥାପନ ହୋଇଥିଲା। ଇମା ଏସ୍‌ପିଙ୍କୁ ଭେଟିବା ପରେ ଶ୍ରୀ ସିଂହ ତାଙ୍କର ଯିବାର ବନ୍ଦୋବସ୍ତ କରିଛନ୍ତି। ଏନେଇ ଇମା ଏସ୍‌ପିଙ୍କୁ କୃତଜ୍ଞତା ଜଣାଇବା ସହ ଘରକୁ ଫେରିବା ଖୁସିରେ ଆଜି ଆତ୍ମହରା ହୋଇଯାଇଛନ୍ତି।