ବାରିପଦା : ଐତିହ୍ୟସମ୍ପନ୍ନ ଛଉନୃତ୍ୟର ଆଦର କେବଳ ମୟୂରଭଞ୍ଜରେ ନୁହେଁ, ସମଗ୍ର ବିଶ୍ବରେ ରହିଥିବା ପୁଣିଥରେ ପ୍ରମାଣିତ ହୋଇଛି। ଛଉନୃତ୍ୟ ପ୍ରେମରେ ପଡ଼ିଥିବା ଜଣେ ବିଦେଶୀ କଳାକାରଙ୍କ ଏହି କଳା ପ୍ରତି ଥିବା ଆଗ୍ରହ ଏହାକୁ ପ୍ରମାଣିତ କରିଛି। ବିଦେଶୀ କଳାକାର କେରୋଲିନା ପ୍ରାଦା ହେଉଛନ୍ତି କଲମ୍ବିଆର ନାଗରିକ। ମାତ୍ର ସେ ବିଶିଷ୍ଟ ଛଉନୃତ୍ୟ ଶିଳ୍ପୀ ଭାବେ ମଧ୍ୟ ସୁପରିଚିତା। କରୋନା ସତ୍ତ୍ବେ କେରୋଲିନା କଲମ୍ବିଆରୁ ବାରିପଦା କେବଳ ଛଉନୃତ୍ୟ ପାଇଁ ଆସିଥିବା ଶୁଣିଲେ ଯେକେହି ବି ଆଶ୍ଚର୍ଯ୍ୟ ହେବେ। ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଆରମ୍ଭ ହେବା ପରେ ଚଳିତ ମାସ ୪ରୁ କେରୋଲିନା ବାରିପଦା ଆସିଛନ୍ତି। ଏଠାରେ ଛଉକୁ ନେଇ ତାଙ୍କର କିଛି ସୁଟିଂ କରିଥିଲେ।
ଛଉର ଅନ୍ତୁଡ଼ିଶାଳ କୁହାଯାଉଥିବା ମୟୂରଭଞ୍ଜ ଜିଲ୍ଲାର ବାରିପଦାକୁ ହିଁ ସେ ବାଛିଥିଲେ ସୁଟିଂ ଲୋକେସନ୍ ଭାବେ। ପ୍ରୋଜେକ୍ଟ ଛାଉଣୀ ପକ୍ଷରୁ ୩ ତାରିଖରୁ ଆରମ୍ଭ ହୋଇଥିବା ୬ ଦିନିଆ କର୍ମଶାଳାରେ ସେ ଅଂଶଗ୍ରହଣ କରିଛନ୍ତି। ନଟରାଜ ନୃତ୍ୟରେ କେରୋଲିନାଙ୍କ ପ୍ରଦର୍ଶନ ବେଶ ଆକର୍ଷଣୀୟ ଏବଂ ପ୍ରଭାବଶାଳୀ। ଛଉ ସହିତ ସେ ଜଣେ ଓଡ଼ିଶୀ ନୃତ୍ୟଙ୍ଗନା ମଧ୍ୟ। ବାରିପଦାର କାନ୍ଥବାଡ଼ରେ ହୋଇଥିବା ଠାକୁର ମହାଦେବଙ୍କ ଚିତ୍ରର ଅବିକଳ ଅଙ୍ଗଭଙ୍ଗୀ କରୁଥିବା ଫଟୋ ସମସ୍ତଙ୍କ ପାଇଁ ଆକର୍ଷଣର କେନ୍ଦ୍ର ପାଲଟିଛି। ଛଉରେ କେନ୍ଦ୍ର ସଂଗୀତନାଟକ ଏକାଡେମୀ ପୁରସ୍କାରପ୍ରାପ୍ତ ବିଶିଷ୍ଟ ଛଉନୃତ୍ୟ ଶିଳ୍ପୀ ଜନ୍ମେଜୟ ସାଏବାବୁଙ୍କ ନିକଟରୁ କେରୋଲିନା ଛଉ ନୃତ୍ୟ ଶିକ୍ଷା କରନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/WhatsApp-Image-2021-01-09-at-9.03.36-PM.jpg)