କରଦାଙ୍ଗି: ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ବିଟ୍ ଅନ୍ତର୍ଗତ ଭୀମକାଣ୍ଡ ପଞ୍ଚାୟତ ସମାକୋଇ ସଂରକ୍ଷିତ ଜଙ୍ଗଲର ଗୋଧିହୁଡି ଓ କାଣ୍ଡପଶି ମଧ୍ୟରେ ଥିବା କୁକୁରଖାଇ ଜଙ୍ଗଲରେ ନିଆଁ ଲାଗିଛି। ଜଳିଯାଉଛି ଶାଳ, ପିଆଶାଳ, ଅସନ ଭଳି ବହୁ ମୂଲ୍ୟବାନ ଗଛ। ଜଙ୍ଗଲ ଜଳିବା ଯୋଗୁଁ ସ୍ଥାନୀୟ ଅଞ୍ଚଳର ତାପମାତ୍ରା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି।
ଜଙ୍ଗଲରେ ଥିବା ବାର୍ହା, କୁଟୁରା, ଶମ୍ବର, ହରିଣ ଆଦି ବନ୍ୟଜନ୍ତୁ ବାସସ୍ଥାନ ହରାଇ ଗାଁ ମୁହାଁ ହେଉଛନ୍ତି। ୧୦ ଦିନ ହେବ ତେଲକୋଇ ରେଞ୍ଜର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗୁଛି। ନିଆଁକୁ ଆୟତ୍ତ କରିବାରେ ବନ ବିଭାଗ ବିଫଳ ହୋଇଛି। ଜଙ୍ଗଲ ନିଆଁକୁ ଆୟତ୍ତ କରିବାପାଇଁ ବନ ବିଭାଗର ସ୍ବତନ୍ତ୍ର ସ୍କ୍ବାଡ୍ ଓ ବନସୁରକ୍ଷା ସମିତି ଥିଲେ କୌଣସି ସୁଫଳ ମିଳିପାରୁ ନାହିଁ। ମାର୍ଚ୍ଚ ପ୍ରଥମ ସପ୍ତାହରୁ ଜଙ୍ଗଲରେ ବାରମ୍ବାର ନିଆଁ ଲାଗି ଗଛଲତା ପୋଡ଼ିଯାଉଛି। ବନ ବିଭାଗ ଏ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/8-11.jpg)