ଝାରସୁଗୁଡ଼ା: ଲକ୍‌ଡାଉନ୍ ସମୟରେ ଚାଲିଛି ଜଙ୍ଗଲ ସଫେଇ

ଝାରସୁଗୁଡ଼ା: କରୋନା କୋବିଡ୍-୧୯ ସଂକ୍ରମଣ ରୋକିବାକୁ ସାରା ଭାରତ ଲକ୍‌ଡାଉନ୍ ହୋଇଥିବା ବେଳେ ରାଜ୍ୟ ସରାକର ବିଭିନ୍ନ ବିଭାଗ ଉପରେ କଟକଣା ମଧ୍ୟ ଜାରି କରିଛନ୍ତି। କରୋନା ମୁକାବିଲା ପାଇଁ କେଉଁ ବିଭାଗ ସକ୍ରିୟ ରହିବ ଓ କେଉଁ ବିଭାଗ ସକ୍ରିୟ ରହିବ ନାହିଁ ତାର ମଧ୍ୟ ସୁଚି ରାଜ୍ୟ ସରକାର ଜାରି କରିଥିଲେ। ଏହି ଅନୁଯାୟୀ ଜଙ୍ଗଲ ବିଭାଗ ସକ୍ରିୟ ନଥିବାରୁ ଏହି ବିଭାଗର କର୍ମଚାରୀ ମାନଙ୍କୁ ଅଫିସ ନଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ମାତ୍ର ବେଲପାହାଡ଼ ଫରେଷ୍ଟ ରେଞ୍ଜ୍ ଅଧିନରେ ଥିବା କିଛି ସେକ୍‌ସନରେ ଏବେବି ଶ୍ରମିକ ନିୟୋଜିତ କରାଯାଇ ଜଙ୍ଗଲ ସଫେଇ କାର୍ଯ୍ୟ କରାଯାଉଥିବା ଅଭିଯୋଗ ହୋଇଛି। ସାରା ଦେଶରେ ଏବେ ସାମାଜିକ ଦୂରତ୍ବ ଉପରେ ଗୁରୁତ୍ବ ଦିଆଯାଉଥିବା ବେଳେ ଏଠାରେ ଜଙ୍ଗଲ ବିଭାଗ ଅଧିକାରୀ ମାନେ ଶ୍ରମିକ ମାନଙ୍କ ଜୀବନକୁ ବିପନ୍ନ କରି କାମରେ ଲଗାଇଥିବା ଅଭିଯୋଗ ହୋଇଛି।

ଏକାଧିକ ଶ୍ରମିକ ଗୋଟିଏ ସ୍ଥାନରେ ରହି ଏହି କାମ କରୁଥିବା ବେଳେ ସୁରକ୍ଷା ପାଇଁ ବିଭାଗ ପକ୍ଷରୁ କୌଣସି ବ୍ୟବସ୍ଥା ଗ୍ରହଣ କରାଯାଇନଥିବା ମଧ୍ୟ ଅଭିଯୋଗ ହୋଇଛି। ବେଲପାହାଡ଼ ରେଞ୍ଜ୍ ଅଧିନ କଦମଡିହି ଠାରେ କୁଟୁରାପାଲି ଭିସ୍ଏସ୍ ର ଝାରଗାଁ ଠାରେ ଫରେଷ୍ଟରଙ୍କ ଉପସ୍ଥିତିରେ ଏବେ ଜଙ୍ଗଲ ସଫେଇ କାର୍ଯ୍ୟ ଚାଲୁଥିବା ନେଇ ଅଭିଯୋଗ ହୋଇଛି। ଲକ୍‌ଡାଉନ୍ ସମୟରେ କେମିତ ଜଙ୍ଗଲ ସଫେଇ କାର୍ଯ୍ୟ ଚାଲିଛି ବୋଲି ବେଲପାହାଡ଼ ରେଞ୍ଜରଙ୍କୁ ପଚରା ଯିବାରୁ ସେ କହିଛନ୍ତି ଯେ, ଏଠାରେ ଦାୟିତ୍ବରେ ଥିବା ଫରେଷ୍ଟର ତାଙ୍କ ଦାୟିତ୍ବ ହସ୍ତାନ୍ତର କରିବାକୁ ଥିବାରୁ ବାକିଆ ଥିବା ଅଳ୍ପ କାମ ସଂପୂର୍ଣ୍ଣ କରିବାକୁ ଏଭଳି କରିଥିଲେ। ତେବେ ଗତ କାଲି ଠାରୁ ଏହି କାମ ବନ୍ଦ ମଧ୍ୟ କରାଯାଇଛି। ଏହା ବ୍ୟତୀତ ସରକାର ଜଙ୍ଗଲ ନିଆଁ, ନର୍ସରୀ ରକ୍ଷଣାବେକ୍ଷଣ ଭଳି କିଛି ଜରୁରୀ କାମ ଉପରେ କୋହଳ କରିଥିବାରୁ ଲକ୍ଡାଉନ୍ ସମୟରେ ଏହା କରାଯାଇ ପାରିବ।

ସମ୍ବନ୍ଧିତ ଖବର