ରାଉରକେଲା,: ରାଉରକେଲା ବନ ବିଭାଗ ବୀରମିତ୍ରପୁର ଦୁଇ ଚୋରା କାଠ ବେପାରୀକୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ରାଏବୋଗାର ରାଜେଶ ସାହୁ ଓ ଭାଲୁଲତାର ବିଶ୍ରାମ କଙ୍ଗାଡି। ରାଜେଶ ଘରୁ ୫୪୫.୩୬୨ ସିଏଫ୍ଟ ଶାଳ କାଠ, ବିଶ୍ରାମ ଘରୁ ୧୬.୫୧୮୫ ଶାଳ, ଗମ୍ଭାରୀ, ରୋହିଣୀ କାଠ, ୫ଟି କରତ, ବିଦ୍ୟୁତ୍ ଚାଳିତ ରନ୍ଦା ଆଦି ଜବତ ହୋଇଛି।
ଜବତ କାଠର ଆନୁମାନିକ ମୂଲ୍ୟ ୧୦ ଲକ୍ଷରୁ ଅଧିକ ବୋଲି ବନଖଣ୍ଡ ଅଧିାକରୀ ଯଶୋବନ୍ତ ସେଠୀ କହିଛନ୍ତି। ଚଢ଼ଉରେ କୁଆରମୁଣ୍ଡା ବନାଞ୍ଚଳ ଅଧିକାରୀ ସ୍ବାଧୀନତା ସାହାଣୀ, ଉପ ବନାଞ୍ଚଳ ଅଧିକାରୀ ପ୍ରସନ୍ନ କୁମାର ପ୍ରଧାନ, ରାଜେଶ ରଜକ, ବନରକ୍ଷୀ ବିନିତା ବରୁଆ, କଳ୍ପନା ସାହୁ, ବନପାଳ ପିଙ୍କି ସାହୁ, ଗୁଲସନ କୁମାର ଚଢ଼ଉରେ ସାମିଲ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/10-12.jpg)