ବ୍ରହ୍ମପୁର : ହିଞ୍ଜିିଳି ଓ ଛତ୍ରପୁର ବ୍ଲକର ଦୁଇଟି ଗ୍ରାମରେ ବନବିଭାଗ ଚଢାଉ କରି ଲକ୍ଷାଧିକ ଟଙ୍କାର ଶାଗୁଆନ ଓ ଶାଳ କାଠ ଜବତ କରିଛି।
/sambad/media/post_attachments/wp-content/uploads/2020/10/faf2d54b-d78d-43db-9db4-51772d443598-300x225.jpg)
ହିଞ୍ଜଳି ବ୍ଲକ ଭାବନ୍ଧ ପଞ୍ଚାୟତର ସୂର୍ଯ୍ୟ ନାରାୟଣପୁର ଓ ଛତ୍ରପୁର ବ୍ଲକ ଟାଙ୍ଗଣାପଲ୍ଲୀ ପଞ୍ଚାୟତ ପୁଟ ବଗଡ଼ ଗ୍ରାମର ଇନ୍ଦିରାବାସ କଲୋନୀର ପରିତ୍ୟକ୍ତ ଗୃହରେ ଶାଗୁଆନ ଓ ଶାଳ କାଠ ରହିଥିବା ସ˚କ୍ରାନ୍ତରେ ଆଜି ବ୍ରହ୍ମପୁର ବନ ବିଭାଗକୁ ଖବର ମିଳିଥିଲା। ବନ ବିଭାଗ ଚଢଉ କରି ଦୁଇଟି ପରିତ୍ୟକ୍ତ ଗୃହ ୧୧୪ଘନ ଫୁଟ ଶାଳ ଓ ୧୪ଘନଫୁଟ ଶାଗୁଆନ କାଠ ଜବତ କରିଛି। ଜବତ କାଠର ଆନୁମାନିକ ମୂଲ୍ୟ ୧ଲକ୍ଷରୁ ଊର୍ଦ୍ଧ୍ୱ ହେବ ବୋଲି ଜଣାପଡ଼ିଛି। ଏହି ଚଢଉରେ ଏସିଏଫ୍ ଅଶୋକ କୁମାର ବେହେରା, ଏ.ମାଧବୀଲତା, ସାମନ୍ତିଆପଲ୍ଲୀ, ବ୍ରହ୍ମପୁର ଓ ଦିଗପହଣ୍ତି ବନାଞ୍ଚଳର କର୍ମଚାରୀମାନେ ସାମିଲ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/f861e6af-3ab9-407a-80d6-0a0c4636d554.jpg)