ବ୍ରହ୍ମପୁର : ଦୁଇ ଗାଁରେ ବନବିଭାଗର ଚଢଉ; ପରିତ୍ୟକ୍ତ ଘରୁ ଲକ୍ଷାଧିକ ଟଙ୍କାର ଶାଳ, ଶାଗୁଆନ୍‌ କାଠ ଜବତ

ବ୍ରହ୍ମପୁର : ହିଞ୍ଜିିଳି ଓ ଛତ୍ରପୁର ବ୍ଲକର ଦୁଇଟି ଗ୍ରାମରେ ବନବିଭାଗ ଚଢାଉ କରି ଲକ୍ଷାଧିକ ଟଙ୍କାର ଶାଗୁଆନ ଓ ଶାଳ କାଠ ଜବତ କରିଛି।

ହିଞ୍ଜଳି ବ୍ଲକ ଭାବନ୍ଧ ପଞ୍ଚାୟତର ସୂର୍ଯ୍ୟ ନାରାୟଣପୁର ଓ ଛତ୍ରପୁର ବ୍ଲକ ଟାଙ୍ଗଣାପଲ୍ଲୀ ପଞ୍ଚାୟତ ପୁଟ ବଗଡ଼ ଗ୍ରାମର ଇନ୍ଦିରାବାସ କଲୋନୀର ପରିତ୍ୟକ୍ତ ଗୃହରେ ଶାଗୁଆନ ଓ ଶାଳ କାଠ ରହିଥିବା ସ˚କ୍ରାନ୍ତରେ ଆଜି ବ୍ରହ୍ମପୁର ବନ ବିଭାଗକୁ ଖବର ମିଳିଥିଲା। ବନ ବିଭାଗ ଚଢଉ କରି ଦୁଇଟି ପରିତ୍ୟକ୍ତ ଗୃହ ୧୧୪ଘନ ଫୁଟ ଶାଳ ଓ ୧୪ଘନଫୁଟ ଶାଗୁଆନ କାଠ ଜବତ କରିଛି। ଜବତ କାଠର ଆନୁମାନିକ ମୂଲ୍ୟ ୧ଲକ୍ଷରୁ ଊର୍ଦ୍ଧ୍ୱ ହେବ ବୋଲି ଜଣାପଡ଼ିଛି। ଏହି ଚଢଉରେ ଏସିଏଫ୍‌ ଅଶୋକ କୁମାର ବେହେରା, ଏ.ମାଧବୀଲତା, ସାମନ୍ତିଆପଲ୍ଲୀ, ବ୍ରହ୍ମପୁର ଓ ଦିଗପହଣ୍ତି ବନାଞ୍ଚଳର କର୍ମଚାରୀମାନେ ସାମିଲ ଥିଲେ।

ସମ୍ବନ୍ଧିତ ଖବର