ବଲାଙ୍ଗୀର : ବଲାଙ୍ଗୀର ବନବିଭାଗ ପକ୍ଷରୁ ଲୋଇସିଂହା ରେଞ୍ଜ ଅଂଚଳରେ ଚଢ଼ଉ କରାଯାଇଛି। ବୁର୍ଡା ଛକଦେଇ ବାଞ୍ଜିପାଲି ଆଗକୁ ଦୁମଦୁମି ପାହାଡ଼ର ପାଦଦେଶରେ କାଠ ମାଫିଆ ଆଡ଼ା ଜମାଇଥିଲେ। ଶାଗୁଆନ ଗଣ୍ଡି ସବୁ କଟାଯାଇ କାଠପଟା କରାଯାଉଥିଲା। ବିଶ୍ୱସ୍ତ ସୂତ୍ରରୁ ବନବିଭାଗ ଟିମ ଖବର ପାଇ ଅଚାନକ ଚଢ଼ଉ କରିଥିଲେ। ସେଠାରୁ ୧୦୦ଟି ଶାଗୁଆନ ଗଣ୍ଡି ଓ ବ୍ୟବହୃତ ମେସିନକୁ ଜବତ କରାଯାଇଛି। ଜବତ ସାମଗ୍ରୀର ଆନୁମାନିକ ମୂଲ୍ୟ ପ୍ରାୟ ଅଢ଼େଇ ଲକ୍ଷ ଟଙ୍କା ହେବ। ଡିଏଫଓ ସମୀର ଶତପଥୀଙ୍କ ନେତୃତ୍ୱରେ ହୋଇଥିବା ଚଢ଼ଉରେ ମୋବାଇଲ ଷ୍ଟାଫ, ବଲାଙ୍ଗୀର, ଦେଓଗାଁ ସଇନ୍ତଳା ରେଞ୍ଜ ଅଧିକାରୀମାନେ ସାମିଲଥିଲେ।
ବନବିଭାଗର ଚଢ଼ଉ : ମେସିନ ସହ ଶାଗୁଆନ କାଠ ଜବତ
/sambad/media/post_attachments/wp-content/uploads/2021/03/wood.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)