ସୋର: ସୋର ଥାନା ଅଧିନ ଇଲାମପଦା ଓ ଜଗନ୍ନାଥପୁରରେ ଦୀର୍ଘଦିନ ଧରି ଚାଲିଥିବା ବେଆଇନ କରତକଳ ଉପରେ ବନ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି। ସୂଚନା ଅନୁସାରେ ଦୀର୍ଘଦିନ ଧରି ଚାଲିଥିବା ଏହି ବେଆଇନ କରତକଳ ଉପରେ ଗୁରୁବାର ଭୋର ସମୟରେ ଚଢ଼ଉ ହୋଇଛି।
ବାଲେଶ୍ୱର ଏସିଏଫ ସୁବ୍ରତ କୁମାର ବେହେରାଙ୍କ ନେତୃତ୍ୱରେ କୂଳଡିହା ବନ ଅଧିକାରୀ ଓ କର୍ମଚାରୀମାନେ ଚଢ଼ଉ କରଥିଲେ।
ଏହି ସମୟରେ କରତକଳର ମାଲିକ ଓ କର୍ମଚାରୀମାନେ ଫେରାର ହୋଇଯାଇଥିବା ବେଳେ ୨୦ ଲକ୍ଷରୁ ଅଧିକ ଟଙ୍କାର ଦାମୀ କାଠ ଓ ଯନ୍ତ୍ରାଂଶ ଜବତ କରାଯାଇଥିଲା। ଏନେଇ ବନ ବିଭାଗ ପକ୍ଷରୁ ମାମଲା ରୁଜୁ କରାଯାଇ ଘଟଣାର ଅଧିକ ତଦନ୍ତ ଆରମ୍ଭ କରାଯାଇଥିବା ଜଣାପଡିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/09/11/forest-department-raids-illegal-logging-2025-09-11-11-01-15.jpg)