ହାତୀ ଆକ୍ରମଣରେ ବନ କର୍ମଚାରୀ ମୃତ

ଜୁନାଗଡ଼: କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ଜୁନାଗଡ଼ ରେଞ୍ଜ୍‌ର ଘନା ସଂରକ୍ଷିତ ଗୋଚକି ଜଙ୍ଗଲ ନିକଟରେ ହାତୀ ଆକ୍ରମଣରେ ଜଣେ ବନ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ମୃତକ ହେଲ କଲେଇ ଗ୍ରାମ ପଞ୍ଚାୟତର ସାନଡୁମେରବାହାଲର ଜଗନ୍ନାଥ ତ୍ରିପାଠୀ (୪୭ ବର୍ଷ)। ଜଙ୍ଗଲ ବିଭାଗର ଏକ ଟିମ୍‌ ହାତୀ ଘଉଡ଼ାଇବା ପାଇଁ ଗୋଲାମୁଣ୍ଡା ଗାଁ ନିକଟସ୍ଥ ଘନା ସଂରକ୍ଷିତ ଜଙ୍ଗଲ ଗୋଚକିକୁ ଯାଇଥିଲେ। ଏହି ସମୟରେ ଶ୍ରୀ ତ୍ରିପାଠୀ ହାତୀ ଆକ୍ରମଣର ଶିକାର ହୋଇଥିଲେ। ଜଙ୍ଗଲ ବିଭାଗ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଜୁନାଗଡ଼ ମୁଖ୍ୟ ଚିକିତ୍ସାଳୟକୁ ଆଣିଛି।

ସମ୍ବନ୍ଧିତ ଖବର