ଭୁବନେଶ୍ବର: ପୁଣି ଆଉ ଏକ ଜଙ୍ଗଲକୁ ମାଡ଼ିଛି ନିଆଁ। ବାଙ୍କୀ ଡମପଡା ବ୍ଲକ ଚାରିଘରିଆ ନିକଟରେ ଥିବା ଚନ୍ଦକା ଜଙ୍ଗଲରେ ନିଆଁ ଲାଗିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଏହି ଜଙ୍ଗଲ ନିଆଁ କ୍ରମଶଃ ଆଗକୁ ଆଗକୁ ମାଡି ଚାଲିଛି । ଚନ୍ଦକା ଜଙ୍ଗଲର ଚାରିଘରିଆ, କଇମୁଣ୍ଡି ଅଂଚଳରେ ଲାଗିଥିବା ନିଆଁ ଅଭୟାରଣ୍ୟ ଭିତରକୁ ମାଡି ଯାଇଛି । ସନ୍ଧ୍ୟା ସୁଦ୍ଧା ଚନ୍ଦକା ଅଭୟାରଣ୍ୟର କୁମାରଖୁଣ୍ଟି ଅଂଚଳରେ ୫ରୁ ୬ ସ୍ଥାନରେ ନିଆଁ ଜଳୁଥିବା ଦେଖାଯାଇଛି।
/sambad/media/post_attachments/wp-content/uploads/2021/03/b7169556-d3aa-4c04-af98-7dc9bdf37ab6-1024x576.jpg)
ଚନ୍ଦକା ଜଙ୍ଗଲ ଜଳୁଥିବା ଖବର ପାଇ ଚାରିଘରିଆ ଜଙ୍ଗଲରେ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲା ଅଗ୍ନିଶମବାହିନୀ । ବାଙ୍କୀ, ବାରଙ୍ଗ, ଡମପଡା ଓ ଆଠଗଡ ଅଗ୍ନିଶମ ବାହିନୀର ୪ଟି ଟିମ ଜଙ୍ଗଲ ନିଆଁକୁ ଆୟତ୍ତ ଉଦ୍ୟମ କରିଥିଲେ ମଧ୍ୟ ପୂରା ସଫଳତା ମିଳିନାହିଁ । ଏବେ ଚନ୍ଦକା ଅଭୟାରଣ୍ୟ ଭିତରକୁ ନିଆଁ ପହଂଚିଥିବାରୁ ସ୍ଥିତି ଅଣାୟତ ହୋଇପଡିଛି । ତେଣୁ ଜଙ୍ଗଲ ନିଆଁକୁ ଲିଭାଇବାରେ ସହଯୋଗ ପାଇଁ ସ୍ଥାନୀୟ ଲୋକଙ୍କୁ ଅନୁରୋଧ କରିଛି ବନବିଭାଗ।
/sambad/media/post_attachments/wp-content/uploads/2021/03/bb2a60cd-66c9-4775-9504-62e1ccd27984-1024x576.jpg)
ଅନ୍ୟପକ୍ଷରେ ଜଙ୍ଗଲ ନିଆଁକୁ ନିୟନ୍ତ୍ରଣ କରିବା ଲାଗି ରାଜ୍ୟ ସରକାର ଗଠନ କରିଥିବା ଟାସ୍କଫୋର୍ସ କହିଛି ଯେ ବନ ବିଭାଗର କ୍ଷେତ୍ର କର୍ମଚାରୀ ଓ ଅନ୍ୟ ସରକାରୀ ବିଭାଗଗୁଡ଼ିକ ଦ୍ବାରା ନିଆଯାଇଥିବା ୨୪X୭ ଘଣ୍ଟିଆ ଉଦ୍ୟମ ଫଳରେ ରାଜ୍ୟରେ ସୃଷ୍ଟି ହୋଇଥିବା ବନାଗ୍ନିକୁ ପ୍ରଶମନ ଓ ଆୟତ୍ତାଧିନ କରାଯାଇପାରିଛି। ରାଜ୍ୟ ବନାଗ୍ନି ପରିସ୍ଥିତିକୁ ହ୍ରାସ କରିବା ନିମନ୍ତେ କ୍ଷେତ୍ର ଅଧିକାରୀମାନେ ସଂପୂର୍ଣ୍ଣ ରୂପେ ପ୍ରସ୍ତୁତ ଓ ସଜାଗ ଅଛନ୍ତି। ରାଜ୍ୟର ବନାଗ୍ନି ପରିସ୍ଥିତି ବର୍ତ୍ତମାନ ସଂପୂର୍ଣ୍ଣ ରୂପେ ନିୟନ୍ତ୍ରଣାଧିନ ରହିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/fe419250-acb4-4223-a696-e9f1db6b74e4.jpg)