ବିଦ୍ୟୁତ୍‌ ତାର ଛିଣ୍ଡି ଜଙ୍ଗଲ‌ରେ ନିଆଁ

କେନ୍ଦୁଝର : କେନ୍ଦୁଝର ସଦର ରେଞ୍ଜ ଅନ୍ତର୍ଗତ କେନ୍ଦୁଆଳ ଗ୍ରାମ୍ୟ ଜଙ୍ଗଲରେ ନିଆଁ। ଜଙ୍ଗଲ ଦେଇ ଯାଇଥବା ବିଦ୍ୟୁତ୍‌ ତାର ଛିଡ଼ି ଯିବାରୁ ନିଆଁ ଲାଗିଯାଇଛି। ପ୍ରାପ୍ତ ସୂଚନା ଅନୁସାରେ, ଉକ୍ତ ଜଙ୍ଗଲ ମଧ୍ୟ ଦେଇ ୧୧ କେଭି ବିଦ୍ୟୁତ୍‌ ତାର ଯାଇଛି। ଏହା କୌଣସି କାରଣରୁ ଛିଡ଼ି ଯାଇଥିଲା। ଫଳରେ ତଳେ ପଡ଼ିଥିବା ଶୁଖିଲା ପତ୍ରରେ ନିଆଁ ଲାଗିଯାଇଥିଲା। ଗ୍ରାମବାସୀ ଏନେଇ ବନ ବିଭାଗକୁ ଖବର ଦେଇଥିଲେ। ବିଭାଗୀୟ କର୍ମଚାରୀ ପହଞ୍ଚି ଗ୍ରାମବାସୀଙ୍କ ସହଯୋଗରେ ନିଆଁକୁ ଆୟତ୍ତ କରିଛନ୍ତି।

ସମ୍ବନ୍ଧିତ ଖବର