ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ମଙ୍ଗଳବାର ସୁବଳୟା ନିକଟ କମିରା ଗାଁରୁ ଏକ ମୃତ ସମ୍ବରକୁ ବନ ବିଭାଗ କର୍ମଚାରୀମାନେ ଜବତ କରିଛନ୍ତି। ସୂଚନା ମୂତାବତ ମଙ୍ଗଳବାର ସକାଳ ପ୍ରାୟ ସାମେ ୬ଟାରେ ଏକ ସମ୍ବର ଜଙ୍ଗଲରୁ ଗାଁ ଆଡକୁ ଆସୁଥିବା ଦେଖି କିଛି ଲୋକ ଶିକାର ପାଇଁ ଦୌଡ଼ାଇ ଥିଲେ। ସମ୍ବରଟି ପୋଖରୀ ଭିତରେ ପଶି ଯାଇ ଥିଲା। ଲୋକେ ତାକୁ ଶିକାର କରିଥିଲେ। ଖବର ପାଇ ବୀରମହାରାଜପୁର ବନାଞ୍ଚଳ ରେଞ୍ଜର ଏ. କେ ବିଶି, ଫରେଷ୍ଟର ପ୍ରସନ୍ନ ନାଏକ ଘଟଣା ସ୍ଥଳରେ ପହଞ୍ଚି ମୃତ ସମ୍ବରକୁ ଜବତ କରିଥିଲେ। ବନ ବିଭାଗ କର୍ମଚାରୀକୁ ଦେଖି ଲୋକମାନେ ପଳାଇ ଯାଇଥିଲେ। ଜବତ ମୃତ ସମ୍ବରକୁ ପ୍ରାଣୀ ଚିକିତ୍ସକ ଡା. ସୁବ୍ରତ କୁମାର ପୁରୋହିତ ଶବ ବ୍ୟବଚ୍ଛେଦ କରିଥିଲେ। ମୃତ ସମ୍ବର ବୟସ ପ୍ରାୟ ୪ ବର୍ଷ ଓ ଏହାର ଓଜଳ ପ୍ରାୟ ୪ କୁଇଣ୍ଟାଲରୁ ଅଧିକ ହେବ ଜଣାଯାଇଛି। ଲୋକମାନେ ସମ୍ବରର ମୁଣ୍ଡର ନାକ ଉପରେ କୌଣସି ଏକ ଧାରୁଆ ଅସ୍ତ୍ରରେ ଆଘାତ ହୋଇଥିବାରୁ ସମ୍ବରର ମୃତ୍ୟୁ ହୋଇଥିବା ଡା. ପୁରୋହିତ ପ୍ରକାଶ କରିଛନ୍ତି। ଏ ନେଇ ବନ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରହିଛି।
ବନ ବିଭାଗ ଦ୍ୱାରା ମୃତ ସମ୍ବର ଜବତ
/sambad/media/post_attachments/wp-content/uploads/2017/11/Untitled-2-copy.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)