ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଙ୍ଗଲ ଜଗୁଆଳ ମୃତ

ରିଆମାଳ: ରିଆମାଳ ଥାନା ଅନ୍ତର୍ଗତ ଶାମପାଲି ଗ୍ରାମରେ ଜନ୍ତୁ ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଜଗୁଆଳଙ୍କର ମୃତ୍ୟୁ ହୋଇଛି ।
ସୂଚନା ଅନୁଯାୟୀ ଶାମପାଲି ଗ୍ରାମର ପ୍ରଦୀପ ପ୍ରଧାନ (୩୮) ଜଙ୍ଗଲ ସୁରକ୍ଷା ଜଗୁଆଳ କାର୍ଯ୍ୟ କରୁଥିଲେ । ଗତ ଶୁକ୍ରବାର ସକାଳ ୬ ଟାରେ ପ୍ରଦୀପ ସାଇକେଲ ଯୋଗେ ବାହାରକୁ ଯାଇ ଆଉ ଘରକୁ ଫେରି ନ ଥିଲେ। ପରିବାର ଓ ଗ୍ରାମର ଲୋକେ ଏକତ୍ରିତ ହୋଇ ଖୋଜିଥିଲେ । ରାତ୍ର ୧୨ ଘଟିକାରେ ସ୍ଥାନୀୟ ଟିକିରା ନଦୀ କୂଳରେ ଥିବା ଝରାନାଳୀ ପନିପରିବା ବଗିଚାରୁ ପ୍ରଦୀପଙ୍କର ମର ଶରୀରକୁ ପାଇଥିଲେ। ତେବେ ଘଟଣାସ୍ଥଳରେ କିଛି ଲୋକ ଜନ୍ତୁ ଶିକାର ପାଇଁ ପୂର୍ବରୁ ବିଛାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବାରୁ ଘଟଣାସ୍ଥଳରେ ପ୍ରଦୀପଙ୍କର ମୃତ୍ୟୁ ଘଟିଛି ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି।
ମୃତକ ପ୍ରଦୀପଙ୍କର ବଡ଼ଭାଇ ରସାନନ୍ଦ ପ୍ରଧାନଙ୍କୁ ପଚାରିବାରୁ ସେ ନିଜ ପୁଅ ନିରଞ୍ଜନ (୨୦) ଗୁରୁବାର ରାତିରେ ଜନ୍ତୁ ଶିକାର ପାଇଁ ବିଦ୍ୟୁତ ତାର ବିଛାଇଥିଲେ। ସେହି ସ୍ଥାନକୁ ସାନ ଭାଇ ପ୍ରଦୀପ ପନିପରିବା ବଗିଚା ଦେଖିବା ପାଇଁ ସକାଳ ୬ ଟାରେ ଆସିବାରୁ ବିଦ୍ୟୁତ ସଂସ୍ପର୍ଶରେ ଆସି ଏପରି ଅବସ୍ଥା ହୋଇଛି ବୋଲି ପ୍ରକାଶ କରିଛନ୍ତି। କୌଣସି ସୂତ୍ରରୁ ପ୍ରକାଶ ପାଇଁ ଘଟଣା ସ୍ଥଳରେ ରିଆମାଳ ପୁଲିସ ଓ ବନ ବିଭାଗ ପହଞ୍ଚି ଶବକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି ।

 

ସମ୍ବନ୍ଧିତ ଖବର