ଦେଓଗାଁ: ବଲାଙ୍ଗୀର ଜିଲ୍ଲା ଦେଓଗାଁ ବନାଞ୍ଚଳ ଅନ୍ତର୍ଗତ ସାଗରପାଲି ନିକଟରେ କାଠୁରିଆଙ୍କ ଆକ୍ରମଣରେ ବନ କର୍ମଚାରୀ ବୁଲୁ ବେହେରା ଆହତ ହୋଇଛନ୍ତି। ତାଙ୍କୁ ଡାକ୍ତରଖାନାରେ ଚିକିତ୍ସା କରାଯାଇଛି। ଦେଓଗାଁ ଫରେଷ୍ଟରଙ୍କ ଲିଖିତ ଅଭିଯୋଗକ୍ରମେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁସାରେ, ଦେଓଗାଁ ଫରେଷ୍ଟର ପିଙ୍କୁ ଭୋଇ ମଙ୍ଗଳବାର ସକାଳେ କର୍ମଚାରୀଙ୍କୁ ନେଇ ସାଗରପାଲି କଲୋନି ନିକଟରେ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ କାଠ ଚୋରି କରି ଆସୁଥିବା ଦେଓଗାଁର ଭୋଳା ଭୋଇକୁ ଅଟକାଇବାକୁ ଫରେଷ୍ଟର ଚେଷ୍ଟା କରିଥିଲେ। ହେଲେ ଭୋଳା ଧରିଥିବା ଟାଙ୍ଗିଆରେ ସେମାନଙ୍କୁ ଆକ୍ରମଣ କରିଥିଲା। ଏଥିରେ ପାରା ଫରେଷ୍ଟ ଷ୍ଟାଫ୍ ବୁଲୁ ବେହେରା ଆହତ ହୋଇଥିଲେ।