କଳାବ୍ୟାଜ୍‌ ପିନ୍ଧିଲେ ବନ କର୍ମଚାରୀ

ଆନନ୍ଦପୁର : ରାଜ୍ୟ ସରକାର ରାଜ୍ୟରେ ଚୁକ୍ତିଭିତ୍ତିକ ବ୍ୟବସ୍ଥାର ଉଚ୍ଛେଦ କରିଥିବାବେଳେ ଜଙ୍ଗଲ ବିଭାଗରେ କାର୍ଯ୍ୟରତ କର୍ମଚାରୀଙ୍କୁ ଏଥିରୁ ବଞ୍ଚିତ କରାଯାଇଛି। ଆଉଟସୋର୍ସିଂ ଉଚ୍ଛେଦ ଦାବିରେ ଆନନ୍ଦପୁରରେ କାର୍ଯ୍ୟରତ ବନ କର୍ମଚାରୀ ଆଜି ଆନ୍ଦୋଳନକୁ ଓହ୍ଲାଇଛନ୍ତି। କର୍ମଚାରୀଙ୍କୁ ନିୟମିତ କରିବା ତଥା ୫୦% ଖାଲିପଡ଼ିଥିବା ପଦବିରେ ନିଯୁକ୍ତି ଦାବିରେ ଫରେଷ୍ଟ ସ୍କ୍ବାଡ଼୍ କର୍ମଚାରୀ ସଂଘ ସଭାପତି ପ୍ରଶାନ୍ତ ମହାନ୍ତିଙ୍କ ନେତୃତ୍ବରେ ଏହି ଆନ୍ଦୋଳନ ଆରମ୍ଭ ହୋଇଛି।

ଆନନ୍ଦପୁର, ଦୈତାରୀ, ଦେଓଗାଁ, ହଦଗଡ଼ ବନାଞ୍ଚଳରେ କାର୍ଯ୍ୟ କରୁଥିବା କର୍ମଚାରୀ ରାଜ୍ୟ ସଂଘର ଆହ୍ବାନକ୍ରମେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଦ‌ାବି ହ‌ାସଲପାଇଁ ଆସନ୍ତା ୨୬ ତାରିଖରେ ଭୁବନେଶ୍ବରରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଆନ୍ଦୋଳନରେ ସାମିଲ ହେବାକୁ ସୂଚନା ଦିଆଯାଇଛି। ଶଙ୍କର୍ଷଣ ସା, ମନୋରଂଜନ ସାହୁ, ପ୍ରେମାନନ୍ଦ ଜେନା, ଅର୍ଜୁନ ହାସଦା, ଜ୍ୟୋତିରଂଜନ ମଲିକ୍, ହଳଧର ମାଝୀ, ସୌଭାଗ୍ୟ କୁମାର ଜେନା, ହରିହର ମୁର୍ମୁ, ରାମଚନ୍ଦ୍ର ବାସ୍କେ, ସୁରେଶ ପଢିଆରୀ ପ୍ରମୁଖ ଆନ୍ଦୋଳନରେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର