ବନୀକରଣ ଦୁର୍ନୀତିର ତଦନ୍ତ: କର୍ମଚାରୀଙ୍କୁ କ୍ଲିନଚିଟ୍, ଉଚ୍ଚସ୍ତରୀୟ ତଦନ୍ତ ଦାବି କଲେ ଅଞ୍ଚଳବାସୀ

ଯାଜପୁର: ଯାଜପୁର ଜିଲ୍ଲାରେ ବନୀକରଣ ଆଳରେ କୋଟି କୋଟି ଟଙ୍କା ଆତ୍ମସାତ ହେଉଥିବା ବେଳେ ଧର୍ମଶାଳା ବ୍ଲକ୍ ଗଡ଼ମଧୁପୁର ପଞ୍ଚାୟତର କୁନ୍ତୁରି ଲଣ୍ଡା ପାହାଡ଼ରେ ବନୀକରଣ ନାଁରେ ସରକାରୀ ଅର୍ଥ ହରିଲୁଟ ଖବର ‘ସମ୍ବାଦ’ରେ ପ୍ରକାଶ ପାଇଥିଲା। ତେବେ ଆଜି ଡାଳିଯୋଡ଼ା ରେଞ୍ଜର ଅଭିରାମ ଜେନାଙ୍କ ନେତୃତ୍ବରେ ଏସିଏଫ୍  ମନୋରଂଜନ ସ୍ବାଇଁ, ଟମକା ବନପାଳ ପ୍ରମୁଖ କନ୍ତୁରି ପାହାଡ଼କୁ ତଦନ୍ତ କରିବାକୁ ଆସିଥିଲେ।

ଅଧିକାରୀମାନେ ତଦନ୍ତ କରିବା ବଦଳରେ ନିଜର ଅଧସ୍ତନକର୍ମୀଚାରୀଙ୍କୁ ଘଣ୍ଟ ଘୋଡ଼ାଇବାକୁ ଉଦ୍ୟମ କରିଛନ୍ତି। ଉକ୍ତ ସ୍ଥାନରେ ଆଦୌ ଗଛ ଲାଗି ନ ଥିବାର ଅଭିଯୋଗ ହେଉଥିବା ବେଳେ ବନ  ବିଭାଗ ଅଧିକାରୀ ଗଛ ଲାଗିଥିଲା ଏବଂ ମରିଯାଇଛି ବୋଲି ସଫେଇ ଦେଇଛନ୍ତି। ଏପରିକି ଗଛର ସୁରକ୍ଷା ପାଇଁ ଲଗାଯାଇଥିବା ତାରବାଡ଼ ଗ୍ରାମବାସୀମାନେ ଚୋରି କରି ନେଇଥିବା ନିଜ ମନ୍ତବ୍ୟରେ ଗଣମାଧ୍ୟମକୁ କହିଛନ୍ତି। ଅନ୍ୟ ପଟେ ଏହି ଦୁର୍ନୀତିରେ ଉପ ଅଧିକାରୀଙ୍କ ଠାରୁ ଆରମ୍ଭ କରି ତଳସ୍ଥରର କର୍ମଚାରୀ ସମସ୍ତେ ସାମିଲ ହୋଇ ସରକାରୀ ବୃକ୍ଷରୋପଣର କାମ୍ପା ଟଙ୍କାକୁ ଲୁଟି ନେଇଛନ୍ତି।

ସାର ଓ ଚାରା ବିକ୍ରିରେ ବ୍ୟାପକ ଅନିୟମିତତା କରାଯାଇ ନିରୀହ ଗ୍ରାମବାସୀମାନଙ୍କୁ ଦୁର୍ନୀତି ଭିତରକୁ ଟାଣି ନିଆଯାଉଥିବାରୁ ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ଅଞ୍ଚଳବାସୀ।

 

ସମ୍ବନ୍ଧିତ ଖବର