କପ୍ତିପଦା : ମୟୂରଭଞ୍ଜରେ ହାତୀ ଶିକାର ପରେ ମୁଣ୍ଡ କାଟିବା ଘଟଣାରେ ବନ ବିଭାଗର ଜଣେ ଫରେଷ୍ଟର୍ ଓ ଜଣେ ଗାର୍ଡଙ୍କୁ ନିଲମ୍ବିତ କରାଯାଇଛି।
ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବନବିଭାଗ ଅଧୀନ ଶୁଖୁଆପଟ୍ଟା ହିଲ୍ ବ୍ଲକ୍ ଅନ୍ତର୍ଗତ ଶାରିଶୁଆ ସେକସନ୍ ରାମକୁଣ୍ତା ଜଙ୍ଗଲରେ ଗତ ୭ ତାରିଖରେ ଏକ ଦନ୍ତା ହାତୀର ମୃତଦେହ ମିଳିଥିଲା। ତେବେ ହାତୀର ମୁଣ୍ତ ଓ ଦାନ୍ତ ନଥିବାର ଦେଖିବାକୁ ମିଳିବା ପରେ ପଶୁପ୍ରେମୀଙ୍କ ମହଲରେ ହଇଚଇ ସୃଷ୍ଟି ହୋଇଥିଲା। ଶିକାରୀମାନେ ଜଙ୍ଗଲରେ ପଶି ହାତୀ ଶିକାର କରିବା ଓ ତାର ମୁଣ୍ତ କାଟିନେବା ଘଟଣା ପାଇଁ ବନବିଭାଗର ପାରିବାପଣିଆ ଉପରେ ଲାଗିଥିଲା ପ୍ରଶ୍ନଚିହ୍ନ। ଏହି ଘଟଣାକୁ ଗୁରୁତ୍ବର ସହ ନେଇ ତ୍ବରିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ବାରିପଦା ଡିଏଫ୍ଓ ସନ୍ତୋଷ ଯୋଶୀ। କାର୍ଯ୍ୟରେ ଅବହେଳା ଅଭିଯୋଗରେ ସ୍ଥାନୀୟ ଫରେଷ୍ଟର ଚିନ୍ତାମଣୀ ମହାପାତ୍ର ଓ ବନରକ୍ଷୀ ପ୍ରମିଳା ସେଣଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି। ଏଥିସହ ଶିକାରୀଙ୍କୁ ଠାବ କରିବାକୁ ଜୋର୍ଦାର୍ ତଦନ୍ତ ଚାଲିଥିବା ସେ ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/Suspended.jpg)